ଜମ୍ଭିରାରେ ବାଘ ଆତଙ୍କ, ଗୁଜବ ବୋଲି କହିଲା ବନ ବିଭାଗ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଢା, ଜମ୍ଭିରା ପଞ୍ଚାୟତରେ ବାଘ ଆତଙ୍କ, ଦେଖା ଦେଇଛି। ଆଜି ସନ୍ଧ୍ୟା ସାଢ଼େ ୬ଟାରେ ଜମ୍ଭୀରା ଗ୍ରାମର ଲକ୍ଷ୍ମୀଧର ମହାଳିକଙ୍କ ବାଉଁଶ ବୁଦା ନିକଟରେ ୩ଟି ବାଘ ବୁଲୁଥିବା ପରିବାର ଲୋକେ ଦେଖି ପାଟି କରିଥିଲେ। ପାଟି ଶୁଣି ୨ଟି ବାଘ କେନାଲ ଆଡକୁ ପଳାଇଥିବା ବେଳେ ଗୋଟିଏ ଚାଉଁଶ ବୁଦା ମୁଳେ ଗର୍ଜନ କରୁଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ଲକ୍ଷ୍ମୀଧର ମହାଳିକ କହିଛନ୍ତି। ଏ ଖବର ପ୍ରଚାରିତ ହେବାପରେ ସଢା, ଜମ୍ଭୀରା, ବରାଙ୍ଗ, ପ୍ରଭୃତି ଗ୍ରାମରେ ଆତଙ୍କ ଖେଳିଯାଇଛି। ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗାଁ ଗାଁ ପେଟ୍ରୋଲିଂ କରୁଥିବା ହଦଗଡ଼ ରେଞ୍ଜର ମାର୍ସଲ କିସ୍କୁ କହିଛନ୍ତି। ଏ ଅଞ୍ଚଳରେ ବାଘ ନଥିବା ବେଳେ ଏହା ହେଟା ହୋଇଥାଇ ପାରନ୍ତି ବୋଲି ସେ କହିଛନ୍ତି। ଏପରି ଗୁଜବକୁ ବିଶ୍ୱାସ ନ କରିବାକୁ ରେଞ୍ଜର ଶ୍ରୀ କିସ୍କୁ ପରାମର୍ଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ