ଜମ୍ଭିରା ପଞ୍ଚାୟତ ପିଇଓଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ):ଜମ୍ଭିରା ପଞ୍ଚାୟତ ପିଇଓ ନାରାୟଣ ଜେନାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଛି। ପଞ୍ଚାୟତର ସରପଞ୍ଚ ଘନଶ୍ୟାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗଡ଼ଚଣ୍ଡି ପୀଠ ଠାରେ ଅନୁଷ୍ଠିତ ଏହି ସଭାରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ବିଜେପି ନେତା ଆଲୋକ ସେଠୀ, ଜିପିଓ ଶରତ କୁମାର ବେଜ, ଯନ୍ତ୍ରୀ ମଦନ ବେହେରା, ସିପି ସୁବ୍ରତ କୁମାର ନାୟକ, ପୁର୍ବତନ ସରପଞ୍ଚ ବ୍ରହ୍ମାନନ୍ଦ ଜେନା, ବିଜେପିର ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜଚିନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ନାରାୟଣ ଜେନାଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ। ଘଷିପୁରା ବ୍ଲକ ଖଳିଆମେଣ୍ଟା ଗ୍ରାମର ପିଇଓ ଶ୍ରୀ ଜେନା ଜଣେ ସରଳ, ନିଷ୍କପଟ ବ୍ୟକ୍ତି ଭାବେ ପରିଚିତ ଥିବା ବେଳେ ସେ ହାଟଡିହି ବ୍ଲକର କଳିଗାଁ ଓ ଜମ୍ଭିରା ପଞ୍ଚାୟତ ରେ ଦୀର୍ଘ ବର୍ଷ ଧରି କାମ କରି ଆସିଛନ୍ତି। ଏହି ଅବସରରେ ତାଙ୍କୁ ପଞ୍ଚାୟତ ପକ୍ଷରୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସସ୍ମିତା ଖଣ୍ଡେଇ, ଦିପ୍ତିମୟୀ ପାତ୍ର, ଚମ୍ପାବତି ପାତ୍ର, ମିନୀ ମହାରଣା, ପ୍ରେମଲତା ଜେନା, ସୁରେଶ ନାଇକ, କାହ୍ନୁ ଚରଣ ଜେନା, ରଶ୍ମୀ ଜେନା, ଦାଶରଥି ଖୁଣ୍ଟିଆ, ରଞ୍ଜୁଲତା ବେହେରା, ଶାନ୍ତିଲତା ରାଉତ ପ୍ରମୁଖ ୱାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତ ଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ମାନେ ଯୋଗଦେଇଥିଲ। ଖଗେଶ୍ୱର ମଲ୍ଲିକ, ହରମୋହନ ଶସିନି, କୋଦଣ୍ଡଧର ପଣ୍ଡା, ଗୋଲଖ ବିଶ୍ଵାଳ, ସନ୍ତୋଷ ଜେନା, ଅନାଥ ଜେନା, ଅନ୍ନପୂର୍ଣ୍ଣା ଗିରି, ଉମାକାନ୍ତ ଜେନା, ନିକୁଞ୍ଜ ଓଝା, ପଞ୍ଚାୟତ କର୍ମଚାରୀ ନନ୍ଦ କିଶୋର ରାଉତ, ବିଜୟାନନ୍ଦ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ