ଜମ୍ଭୀରାରେ ପୁର୍ବ ବିବାଦକୁ ନେଇ ଗଣ୍ଡଗୋଳ, ୨ମହିଳାଙ୍କ ସମେତ ୫ଗିରଫ
ହାଟଡ଼ିହି,(ଯଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଜମ୍ଭୀରା ଗ୍ରାମରେ ପୁର୍ବ ବିବାଦକୁ ନେଇ ସାହୁ ପରିବାର ଓ ନାୟକ ପରିବାର ଭିତରେ ଗଣ୍ଡଗୋଳ ହେବା ସହ ଏହି ଘଟଣାରେ ପୁଲିସ ଦୁଇଟି ମାମଲା ରୁଜୁକରି ୫ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ଜମ୍ଭୀରା ଗ୍ରାମରେ ଏକ ତାଳଗଛ ମାଲିକାନାକୁ ନେଇ ନାୟକ ପରିବାର ଓ ସାହୁ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ଏହାକୁନେଇ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ଲାଗି ପାଟିତୁଣ୍ଡ ହେବା ସହ ପିଟାମରା ଲାଗିଥିଲେ । ଏନେଇ ବିଣାପାଣି ନାୟକ ଥାନାରେ ଅଭିଯୋଗ କରିଥିବାବେଳେ ଅନ୍ୟପକ୍ଷରୁ କୁଳମଣି ସାହୁ ସୋସୋ ଥାନାରେ ଏକ ପାଲଟା ଅଭିଯୋଗ କରିôତଲେ । ସୋସୋ ପୁଲିସ ଉଭୟଙ୍କ ଅଭିଯୋଗ କ୍ରମେ ଥାନା କେସନଂ ୫୯ ଓ ୬୦ ରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଉଭୟ ପକ୍ଷରୁ ୨ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।