ଜମ୍ଭୀରାରେ ବିଜେଡି ପକ୍ଷରୁ ‘କରୋନା’ ସଚେତନତା କାର୍ଯ୍ୟକ୍ରମ 

ହାଟଡ଼ିହି, ( ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତରେ ବିଜେଡି ପକ୍ଷରୁ କରୋନା ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ବିଜେଡି ସଭାପତି ଚଣ୍ଡୀ ପ୍ରସାଦ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଲୋକମାନଙ୍କୁ ମାକ୍ସ ଓ ସଚେତନତା ଲିଫଲେଟ ବଣ୍ଟନ କରିବା ସହିତ ଲୋକମାନଙ୍କୁ ବାହାରକୁ ବାହାରିଲେ ମାକ୍ସ ବ୍ୟବହାର କରିବା, ସାମାଜିକ ଦୁରତା ବଜାୟ ରଖିବା,ନିୟମିତ ସାବୁନରେ ହାତ ଧୋଇବା ପାଇଁ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ ବିଜେଡି ନେତା ବିଜୟ କୁମାର ରାଉତ, ଶାସଙ୍ଗ ପଞ୍ଚାୟତ ସଭାପତି ରବିନ୍ଦ୍ର କୁମାର ସାହୁ,ସରପଞ୍ଚ ଅଶାଲତା ସାହୁ, ସମିତିସଭ୍ୟ ପ୍ରଭାତ ରାଉତ, ସୁଧାଶୁଂ ମଲ୍ଲିକ ପ୍ରମୁଖ ଯୋଗଦେଇ ନିଜେ ସୁସ୍ଥ ରହିଲେ ଯାଇ ଅନ୍ୟକୁ ସୁସ୍ଥ ରଖି ପାରିବା ଓ କରୋନା ମହାମାରୀ ଠାରୁ ବିଜୟଲାଭ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ