ଜମ୍ଭୀରାରେ ବିଜେପିର ଓବିସି ସମାବେଶ
ହାଟଡିହି, (ବିକାଶ ବିଶ୍ୱାଳ) :-ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟବର୍ଷ ପୁର୍ତ୍ତି ଉପଲକ୍ଷେ ଭାରତୀୟ ଜନତାପାର୍ଟି ପକ୍ଷରୁ ହାଟଡିହି ବ୍ଲକର ଜମ୍ଭୀରା ଠାରେ ଓବିସି ଜାତିବର୍ଗ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପିର ବରିଷ୍ଠନେତା ଆଲୋକ ସେଠୀ, ରାଜ୍ୟ ଓବିସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଜ୍ଞାନେନ୍ଦ୍ର ସ୍ୱାଇଁ, ବିଜେପି ନଦୀ ସୁରକ୍ଷା ସମିତିର ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ପ୍ରମୁଖ ଅତିଥି ଭାବେ ଯୋଗଦେଇ ମୋଦୀ ସରକାରଙ୍କ ୮ବର୍ଷ ଶାସନ କାଳରେ ଓବିସି ମାନଙ୍କ ଅର୍ଥ ନୈତିକ ଭିତ୍ତି ଭୂମୀର ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କ୍ଷେତ୍ରରେ ବ୍ୟାପକ ବିକାଶ କରାଯାଇଥବବା ଭାଷଣ ପ୍ରସଙ୍ଗରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ନିରାକାର ଦଳେଇ, ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହରମୋହନ ଶାସିନି, କୈଳାଶ ସାମଲ, ପ୍ରଶାନ୍ତ କୁମାର ମହାପାତ୍ର, ସୁକାନ୍ତ ଜେନା, ପ୍ରହଲାଦ ନାୟକ, କାଳନ୍ଦୀ ଚରଣ ସାହୁ, ଶଶିକାନ୍ତ ରାଉତ, ପ୍ରଶାନ୍ତ ମହାପାତ୍ର, ହେମନ୍ତ ମହାନ୍ତ, ବଳଭଦ୍ର ବାରିକ, ପ୍ରାଣବନ୍ଧୁ ସାହୁ, ରମାକାନ୍ତ ସାହୁ, ବେଣୁଧର ଜେନା, ନାରାୟଣ ବାରିକ, ଘନଶ୍ୟାମ ନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ ।


