ଜମ୍ମୁକାଶ୍ମୀରରେ ଏନକାଉଣ୍ଟର : ତିନି ଆତଙ୍କବାଦୀ ନିହତ

ପୁଲଓ୍ବାମା : ଜମ୍ମୁ କଶ୍ମୀରରେ ଆଜି ସକାଳୁ ଫୁଲଓ୍ବାମା ଅବନ୍ତୀପୋରାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସେନାର ଯବାନଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥିବା ନେଇ ସୂଚନା ମିଳିବା ପରେ ସୁରକ୍ଷା ବାହିନୀର ଯବାନମାନେ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସୁରକ୍ଷାବାହିନୀଙ୍କୁ ଦେଖି ପ୍ରଥମେ ଆତଙ୍କବାଦୀମାନେ ଗୁଳିକରିଥିଲେ। ଏହାର କଡ଼ା ଜବାବ ଦେଇଥିଲେ ଯବାନମାନେ। ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାସୀଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରୁ ବନ୍ଧୁକ ଓ ମାରଣାସ୍ତ୍ର ଜବତ ହୋଇଛି।ତେବେ ମୃତ ଆତଙ୍କବାଦୀମାନଙ୍କ ପରିଚୟ ମିଳିପାରି ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ