ଜମ୍ମୁରେ ଉଡିଲା ତ୍ରିରଙ୍ଗା

ଜମ୍ମୁ- ୭୧ ତମ ଜନରାଜ୍ୟ ଦିବସ ଅବସରରେ ଜମ୍ମୁ କଶ୍ମୀର ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୂ ଜମ୍ମୁରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ପ୍ରଶାସନ ମୂଲ୍ୟବୋଧତା ବିଷୟରେ ଜାଣିବା ପାଇଁ ଦେଶର ଉନ୍ନତି ଲାଗି ଲୋକଙ୍କୁ ସମ୍ୱୋଧିତ କରିଛନ୍ତି । ସମାରୋହରେ ମୁଖ୍ୟ ଶାସନ ସଚିବ ଓ ରାଜନୈତିକ ଦଳର ନେତା, ସିଭିଲ ସୋସାଇଟିର ମୁଖ୍ୟ ନାଗରିକମାନେ ମଧ୍ୟ ଉପସ୍ଥିତ ଥିଲେ । ଉପ-ରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୂ କହିଛନ୍ତି, ଗତ ବର୍ଷ ଜମ୍ମୁ କଶ୍ମୀର ପାଇଁ ପରିବର୍ତ୍ତନର ବର୍ଷ ଥିଲା । ଅସ୍ଥାୟୀ ପ୍ରବଧାନ ଗୁଡ଼ିକୁ ଉଚ୍ଛେଦ କରିବା ଜମ୍ମୁ କଶ୍ମୀର ଏବଂ ଦେଶର ଅନ୍ୟ ଅଞ୍ଚଳ ମଧ୍ୟ ଆର୍ଥିକ ଏବଂ ଆଇନଗତ ବାଧାକୁ ଦୂର କରିଛି । ଏହା ପ୍ରକୃତ ଅର୍ଥରେ ଜମ୍ମୁ କଶ୍ମୀରକୁ ଏକଜୁଟ୍ କରିଛି । ସେ କହିଛନ୍ତି ଏହି ଗଣତନ୍ତ୍ର ଦିବସ ଜମ୍ମୁ କଶ୍ମୀର ପାଇଁ ଅତ୍ୟନ୍ତ ଖାସ ଅଟେ । ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ପ୍ରଥମ ଗଣତନ୍ତ୍ର ଦିବସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ