ଜମ୍ମୁ କାଶ୍ମୀରରେ ଦୁଇ ଯବାନ ଶହୀଦ

ଶ୍ରୀନଗର : ପୁଣି ଶହୀଦ ହୋଇଛନ୍ତି ଦୁଇ ଭାରତୀୟ ଯବାନ । ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଦୁଇ ଜଣ ଯବାନଙ୍କୁ ହତ୍ୟା କରିବା ସହିତ ରାଇଫଲ ନେଇ ଫେରାର ହୋଇଛନ୍ତି ଦୁଇ ଆତଙ୍କବାଦୀ । ଜମ୍ମୁ କାଶ୍ମୀରର ଗନ୍ଦେରବାଲ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ଦୁଇ ଆତଙ୍କୀ ଏକ ବାଇକ୍‌ ଯୋଗେ ଆସି ଯବାନଙ୍କ ଉପରକୁ ଗୁଳିଚଳାଇବା ସହିତ ରାଇଫଲ୍‌ ନେଇ ପଳାଇଥିଲେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଏହି ଘଟଣା ପରେ ଶ୍ରୀନଗର ଏବଂ ଗନ୍ଦେରବାଲ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌ ଜାରି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ