ଜରାଜୀର୍ଣ୍ଣ ଓ ପରିତ୍ୟକ୍ତ ଅବସ୍ଥାରେ ଖୋର୍ଦ୍ଧା ନୂଆବସଷ୍ଟାଣ୍ଡ

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ସବୁଆଡେ ସରକାର ଙ୍କ ୫ ଟି ଅନ୍ତର୍ଗତ କାର୍ଯ୍ୟକ୍ରମ ସବୁ କରାଯାଉଛି. କେତେକ କ୍ଷେତ୍ରରେ ଏହା ଭଲ ସୁଫଳ ହେଇଥିବା ବେଳେ, ଅନ୍ୟ କ୍ଷେତ୍ରରେ ଦେଖା ଯାଉଛି କିଛି ଅବ୍ୟବସ୍ଥା, ବୈମାତୃକ ମନୋଭାବ. ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ନୂଆ ବସଷ୍ଟାଣ୍ଡ ର କଥା ନ କହିଲେ ଭଲ. ଜରାଜୀର୍ଣ୍ଣ ଓ ଘୋର ଅବ୍ୟବସ୍ଥା ମଧ୍ୟରେ ରହିଛି ଜନସାଧାରଣ ଙ୍କ ପାଇଁ ଉଦିଷ୍ଟ ଶୌଚାଳୟ, ଯାତ୍ରୀ ବିଶ୍ରାମଗାର. ଭଙ୍ଗା ପାଚେରୀ ସହିତ ଛାତ ଉପରୁ ପାଣି ଗଳୁଛି. ଅପରିଷ୍କାର ପରିବେଶ.ସମାଜସେବୀ ନାରାୟଣ ଖୁଣ୍ଟିଆ ସରକାର ଙ୍କୁ ଅନୁରୋଧ କରି ଛନ୍ତି, ତୁରନ୍ତ ସାଧାରଣ ଜନତା ଙ୍କ ପାଇଁ ପଦକ୍ଷେପ ନେବା ପାଇଁ. ସାଧାରଣ ଭାବେ ଜନ ଅସନ୍ତୋଷ ଦେଖା ଯାଇଛି. ଜନ ସାଧାରଣ ଙ୍କ ସ୍ୱାର୍ଥ କୁ ଆଖି ଆଗରେ ରଖିଲେ ଭଲ ହେବ ବୋଲି ମତ ପ୍ରକାଶ ପାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ