ଜରାଶ୍ରମରେ ରକ୍ତଦାନ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା): କରୋନା ମହାମାରୀ ସମୟରେ ଯେପରି କୌଣସି ରୋଗୀ ରକ୍ତ ଅଭାବ ଜନିତ ସମସ୍ୟା ରେ ନପଡନ୍ତୁ ଏହାକୁ ଆଧାର କରି ଶ୍ରୀ ଶ୍ରୀ ସଦ୍ଗୁରୁ ଅର୍ଜୁନ ଚାରିଟେବୁଲ ଟ୍ରଷ୍ଟ ଓ ଆଦିପୁର ଗ୍ରାମର ଉତ୍କଳମଣି ସେବା ସଂସଦ ର ମିଳିତ ଆନୁକୂଲ୍ୟରରେ କତକଲା ଗ୍ରାମ ନିକଟରେ ଥିବା ଦିବ୍ୟ ଦର୍ଶନ ଜରାଶ୍ରମ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ବୁଗୁଡ଼ା ତହସିଲଦାର ସଂଗ୍ରାମ କେଶରୀ ଜେନା ଉଦଘାଟନ କରି ଶିବିରରେ ଅଂଶଗ୍ରହଣ କରିଥିବା ରକ୍ତଦାତା ଭାଇ ଓ ଭଉଣୀମାନଙ୍କୁ ରକ୍ତଦାନର ମହତ୍ବ ବିଷୟରେ ବୁଝାଇଥିଲେ ଓ ଜରାଶ୍ରମ ପରିଦର୍ଶନ କରିଥିଲେ। ଏହି ରକ୍ତଦାନ ଶିବିର ଜରାଶ୍ରମ ସଭାପତି ମନୋଜ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ବିଶ୍ୱମୋହନ ମିଶ୍ର, ସମ୍ପାଦକ ରଙ୍କନୀଧି ମହାନ୍ତି ଓ ଉତ୍କଳମଣି ସେବା ସଂସଦ ର ସଭାପତି ଧନେଶ୍ବର ସାହୁ ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ବେଳେ ଭଞ୍ଜନଗର ବ୍ଲଡ୍ ବ୍ୟାଙ୍କର କର୍ମଚାରୀମାନେ ୭୪ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଶିବରାମ ସ୍ଵାଇଁ, ଅମରେଶ ଜେନା, ସୁନୀଲ କୁମାର ପଣ୍ଡା, ଅନନ୍ତ ବେହେରା, ସୌଭାଗ୍ୟ ସାହୁ, ବିଦେଶୀ ନାହାକ,ନରେନ୍ଦ୍ର ମହାନ୍ତି, ମନୋଜ କୁମାର ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ