ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁ ଥ‌ିବା ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଗଜପତି ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ନିର୍ଦ୍ଦେଶକ୍ରମେ ଜରି ଏବଂ ବୋତଲ ଗୋଟାଇ ପେଟ ପୋଷୁଥିବା ଶିଶୁମାନଙ୍କୁ ଉଦ୍ଧାର କରାଯାଇ ପ୍ରଶାସନ ଥଇଥାନ କରିଥିବା ଜଣାଯାଇଛି. ପାରଳାଖେମୁଣ୍ଡି ସହରକୁ କିପରି ଶିଶୁ ଶ୍ରମିକ ଏବଂ ଶିଶୁ ଭିକ୍ଷୁକ ମୁକ୍ତ କରାଯିବ, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି. ଏହାକୁ ଆଖୁ ଆଗରେ ରଖି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ଚାଇଲ୍ଡ ହେଲ୍ପଲାଇନ ନେତୃତ୍ରରେ ଏକ ଦଳ,ଗତ କିଛି ଦିନ ହେଲା ସହରର ପ୍ରତି କୋଣ ଏବଂ ଅନୁକୋଣରେ ବୁଲିବା ସହ କିପରି କୌଣସି ଶିଶୁଙ୍କୁ ଉପରୋକୁ କାଯ୍ୟରେ ନ ଲଗାଯିବ, ସେଥୂପ୍ରତି ଧ୍ୟାନ ଦିଆଯାଉଛି । ଗତକାଲି ଏହି ଦଳ ଆଗରେ, ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ପାଖରେ ୩ ଜଣ ଶିଶୁ ଜରି ଏବଂ ବୋତଲ ଗୋଟାଇବା ନଜରକୁ ଆସିଥିଲା । ଏମାନଙ୍କ ବୟସ ୬,୯,୧୦, ବର୍ଷ ତିନିଜଣ ଝିଅ ଥିଲେ । ଏହି ଦଳ, ସେହି ଜାଗାରୁ ପିଲାମାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତି ଗଜପତି ଆଗରେ ଉପସ୍ଥାପନ କରିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ପିଲାମାନଙ୍କର ମାଆ ଏବଂ ବାପା ଶିଶୁ ମଙ୍ଗଳ ଠାରେ ପହଞ୍ଚି ଥିଲେ । ଏହାପରେ ଶିଶୁ ମଙ୍ଗଳ ସମିତି ଶିଶୁଟିର ଥଇଥାନ ନିମନ୍ତେ ଉତ୍କଳ ବାଳାଶ୍ରମ, ପାରଳାଖେମୁଣ୍ଡିକୁ ଏମାନଙ୍କୁ ପଠାଇଥିଲେ. ଆଗାମୀ ଦିନରେ ପିଲାମାନଙ୍କୁ ପାଠ ପଢ଼ାଇ ସମାଜର ମୁଖ୍ୟ ସ୍ରୋତରେ କିପରି ସାମିଲ କରା‌ଯିବ ତାହା ଜିଲ୍ଲା ପ୍ରଶାସନର ଦାୟିତ୍ଵ ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ