ଜରୁରୀକାଳୀନ ବୈଠକ ଡକାଇଲେ ଉଦ୍ଧବ

ମୁମ୍ବାଇ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଜରୁରୀକାଳୀନ ବୈଠକ ଡକାଇ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ମହା ବିକାଶ ଅଘାଡ଼ିର ବରିଷ୍ଠ ନେତାମାନଙ୍କ ସହ ସେ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟ, ଜଳସମ୍ପଦ ମନ୍ତ୍ରୀ ଜୟନ୍ତ ପାଟିଲ, ପରିବହନ ମନ୍ତ୍ରୀ ଅନୀଲ ପରବ ଓ ଅନ୍ୟମାନଙ୍କ ସହ ସେ ଆଲୋଚନା କରିଛନ୍ତି । ଅପରପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ବିଏସ କୋଶ୍ୟାରୀଙ୍କ ସହ ଆଲୋଚନା କରିବା ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଯାଇଛି । ମହାରାଷ୍ଟ୍ର ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରାଯିବା ଭଳି ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଜୋରଧରିଛି । ସେହିପରି ପୂର୍ବରୁ ବିଜେପି ସାଂସଦ ନାରାୟଣ ରାଣେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବି ଦାବି କରିଥିଲେ । ପୂର୍ବରୁ ଉଦ୍ଧବ ଠାକରେ ବେଶ କିଛି ସମୟ ଧରି ଏନସିପି ନେତା ଶରଦ ପାୱାରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତେବେ ଏହି ଜରୁରୀକାଳୀନ ବୈଠକରେ ରାଜନୈତିକ ଚର୍ଚ୍ଚା ହେବା ସହ କରୋନା ସଂକ୍ରମଣକୁ ପ୍ରତିହତ କରିବା ସକାଶେ କି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ବିଶଦ ଭାବେ ଆଲୋଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ