ଜର୍ଜ ହାଇସ୍କୁଲ ରେ ଶତପ୍ରତିଶତ ପରୀକ୍ଷାର୍ଥୀ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ମାଟ୍ରିକ ପରୀକ୍ଷାରେ ଶତପ୍ରତିଶତ ଉପସ୍ଥାନ ପାଇଁ ଜର୍ଜ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଳିଷ୍ଠ ପ୍ରୟାସ ଶିକ୍ଷା ଗ୍ରହଣ ଏବଂ ପରୀକ୍ଷା ପ୍ରତି ବିମୁଖ ହୋଇଥିବା ସମାଜର ନିଷ୍ପେସିତ ପରିବାରର ଛାତ୍ର ମାନଙ୍କୁ ଜୀବନର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଜର୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ବତୀ ଦାଶ ଙ୍କ ପ୍ରେରଣାରେ ଶିକ୍ଷକ ସର୍ବଶ୍ରୀ ସୁରେଶ କୁମାର ଦାଶ, ଭରତ ମେହେର, ଦୁଷ୍ମନ୍ତ ଭୋଇ, ହରିଶ ପାତ୍ର, ସଦାନନ୍ଦ ଜାଲ, ସୁରେନ୍ଦ୍ର ନାଥ ସେନାପତି ପ୍ରମୁଖ ଦଶମ ଶ୍ରେଣୀର ଛାତ୍ର ମାନଙ୍କ ଘରକୁ ଘର ଯାଇ ସଚେତନାତ୍ମକ ମାର୍ଗ ପ୍ରଦର୍ଶନ କରିଥିଲେ । ପରୀକ୍ଷା ପ୍ରତି ବିମୁଖ ଦଶମ ଶ୍ରେଣୀର ଛାତ୍ର ଅନୁଜ, ଶିବା, ସୁମନ୍ତ, ଶଙ୍କର ଙ୍କୁ ପରୀକ୍ଷା ଦେବା ପାଇଁ ଦୃଢ ନିଶ୍ଚିତ କରାଇବା ସହିତ ଦ୍ବିତୀୟ ଦିନର ମାଟ୍ରିକ ପରୀକ୍ଷା ରେ ଶତପ୍ରତିଶତ ଉପସ୍ଥାନ କରାଇବାରେ ସଫଳ ହୋଇପାରିଛନ୍ତି ।ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଏହି ବଳିଷ୍ଠ ପ୍ରୟାସ ପାଇଁ ବରଗଡ଼ ଜନସାଧାରଣ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ