ଜର୍ଜ ହାଇସ୍କୁଲ ରେ ସମ୍ବର୍ଦ୍ଧନା ଉତ୍ସବ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଆଜି ଗୁରୁବାର ଦିନ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାଶ୍ଵତୀ ଦାଶ ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି !ଗତ ୦୬ ତାରିଖ ରୁ ୦୯ ମାର୍ଚ୍ଚ ପର୍ଯ୍ୟନ୍ତ ରାଉରକେଲା ବିର୍ସା ମୁଣ୍ଡା ଷ୍ଟେଡିଅମ ରେ ଅନୁଷ୍ଠିତ ଜାତୀୟ ମାଷ୍ଟର ଗେମ୍ ପ୍ରତିଯୋଗୀତାରେ ବରଗଡ଼ ର ଗର୍ବ ଓ ଗୌରବ ଅନୁପମା ଘିବିଲା ଓ ଅରୁଣା ଘିବିଲା ସ୍ବର୍ଣ୍ଣ ପଦକ ବିଜେତା ଭଉଣୀ ଦ୍ବୟଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ! ଏହି ପରିପ୍ରେକ୍ଷୀରେ ସ୍କୁଲ ର ଛାତ୍ର ମାନଙ୍କୁ ପାଠ ସଙ୍ଗେ ଖେଳ କୁ ମଧ୍ୟ ପ୍ରାଥମିକତା ଦେଇ ନିଷ୍ଠା ର ସହିତ ପାଳନ କଲେ ନିଶ୍ଚିତ ଭାବେ ସଫଳତା ପାଇ ପାରିବ ବୋଲି ଭଉଣୀ ଦ୍ବୟ ଉଦବୋଧନ ଦେଇଥିଲେ ।ଏହି ଅବସରରେ ସର୍ବଶ୍ରୀ ସୁରେଶ କୁମାର ଦାଶ, ହରିଶ ପାତ୍ର , ସଦାନନ୍ଦ ଜାଲ, ଦୁଷ୍ମନ୍ତ ଭୂଏ,ମାନସ ଜାଲ, ନରେନ୍ଦ୍ର କୁମ୍ଭାର, ଶ୍ରୀମତୀ ପଦ୍ମଜା ପତି, ମମତା ବିଶି, ଜୟଶ୍ରୀ ପ୍ରଧାନ, ମଧୁମିତା ପୁରୋହିତ, ପୁର୍ଣିମା ପ୍ରଧାନ,ସୁରେଖା ସାହୁ,ସଂଞ୍ଜୁବାଲା ପୃଷ୍ଟି, ଜ୍ୟୋତି ଦାଶ ଓ ବୀଣାପାଣି ସାହୁ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ସହଯୋଗ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ