ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ର ନିଆରା କାର୍ଯ୍ୟକ୍ରମ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଆଜି ଶୁକ୍ରବାର ଦିନ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ବରଗଡ଼ର ସର୍ବପୁରାତନ ବିଦ୍ୟାଳୟ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବ୍ୟାଚ ର ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି !ବରଗଡ଼ ର ବରିଷ୍ଠ କଳାକାର ଶ୍ରୀ ସତ୍ୟ ନାରାୟଣ ପଣ୍ଡାଙ୍କ ଆବାହକତ୍ବରେ ଏବଂ ଗୋବିନ୍ଦ ଦାଶ ଙ୍କ ସଭାପତିତ୍ବରେ ଓଡ଼ିଶାର ଗର୍ବ ଓ ଗୌରବ ସୁପର ଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ନିରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ! ଏହି ଅବସରରେ ଫେବୃଆରୀ ମାସରେ ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ୍ ବେଚ୍ ର ୯ ଜଣଙ୍କ ଜନ୍ମଦିନ ପଡ଼ିଥିବାରୁ ଏକା ସାଙ୍ଗରେ ସମସ୍ତଙ୍କ ଜନ୍ମଦିନ ପାଳିତ କରାଯାଇଥିଲା ! ସର୍ବଶ୍ରୀ ସୁନୀଲ ଦାଶ, ବନମାଳୀ ବାରିକ, ଜୟ ପ୍ରକାଶ ଅଗ୍ରୱାଲ, ତାନସେନ ସରାଫ, କୈଳାସ ଛାପଡିଆ, ଅଶ୍ବିନୀ ପଣ୍ଡା, ଗୋପାଳ ଦାଶ, ଶିବଶଙ୍କର ଦାଶ, ଅଶୋକ ପସାଏତ ଆଦିଙ୍କୁ ମିଳିତ ଭାବେ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଆଗାମୀ ଡ଼ିସେମ୍ବରରେ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ -୨ ମହୋତ୍ସବ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ! ଆଗାମୀ ସୁବର୍ଣ୍ଣ ଜୟନ୍ତୀ -୨ କୁ ସୁବର୍ଣ୍ଣ ଜୟନ୍ତୀ -୧ ଠାରୁ ଆହୁରି ନିଆରା ଢଙ୍ଗରେ ପାଳନ କରାଯିବ ବୋଲିି ପ୍ରସ୍ତାବ ଆଗତ ହୋଇଥିଲା !ଆଜି ପର୍ଯ୍ୟନ୍ତ ଜର୍ଜ ହାଇସ୍କୁଲ ର କୈାଣସି ମେଟ୍ରିକ୍ ବ୍ୟାଚ ରେ ଏତେ ସଂଖ୍ୟକ ବନ୍ଧୁ ମାନଙ୍କ ମିଳନ ହୋଇନଥିବାରୁ ଏହା ମହାମିଳନ ଭାବେ ସମସ୍ତେ ପାଳନ କରିଥିଲେ !ଏଥିରେ ସର୍ବଶ୍ରୀ ଅଭୟ କୁମାର ଭୋଇ,କୃଷ୍ଣ ଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ,ବାଳମୁକୁନ୍ଦ ଦାଶ, ଅଶୋକ ପ୍ରଧାନ, ପ୍ରମୋଦ ପୂଜାରୀ, ଅଶୋକ ଅଗ୍ରୱାଲ, ସୁଧାଂଶୁ ଶତପଥୀ,ସ୍ବାଧିନ ମହାରଣା, ଲଳିତ ବିଶି,ଦେବୀ ପଟ୍ଟନାୟକ, ପୃଥ୍ୱୀରାଜ ନାଏକ, ସୁରେନ୍ଦ୍ର ଦାଶ,କୁନୁ ବଢେଇ, ଅଶୋକ କୁଅଁର ପ୍ରମୁଖ ଯୋଗଦେଇଥିଲେ ।ଶେଷରେ କଳାକାର ନିର୍ମଳ କିଶୋର କର ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ