ଜରlଜୀର୍ଣ୍ଣ ଅବସ୍ଥାରେ କତରକେଲା ପୋଖରୀ

କୁଚିଣ୍ଡା, (ନୃପଲାଲ ଦେବ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଗୁଣ୍ଡୁରୁଚୁଆ ପଞ୍ଚାୟତ ଅନ୍ତର୍ଗତ କତରକେଲା ଗ୍ରାମର ପୋଖରୀ ଟି ଏବେ ଜରlଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି l ଏହି ଗ୍ରାମରେ ସତାଧିକ ଲୋକେ ଏହି ପୋଖରୀ କୁ ଗାଧୋଇବାକୁ ଭରସା କରିଥାନ୍ତି l ପ୍ରଚଣ୍ଡ ରୋଦ୍ର ଗ୍ରୀଷ୍ମ ଦିନରେ ସବୁ ନାଳ, ନାଲିଆ ଶୁଖିଲା ପଡ଼ିଥିବା ବେଳେ ଏବେ ଏହି ଅଂଚଳର ଲୋକଙ୍କ ଭରସା ଏହି ଏକ ମାତ୍ର ପୋଖରୀ l କିନ୍ତୁ ଏବେ ଏହି ପୋଖରୀ ଟିକୁ ଗ୍ରାମ କଲ୍ୟାଣ ସମିତି ଓ ପ୍ରଶାସନ ଧ୍ୟାନ ନ ଦେବାରୁ ପୋଖରୀ ରେ ଜାଲ, ମଇଲା ପଡି ପୋଖରୀ ଟି ଦୂଷିତ ଅପରିଷ୍କାର ହୋଇବସିଲାନି l ଯାହା ଫଳରେ ଏଠିକାର ଲୋକେ ଏହି ପାଣିକୁ ବ୍ୟବହାର କରି ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି l କରୋନା ମହାମାରୀ ଭଳି ସମୟରେ ସରକାର ସବୁ ସ୍ଥାନକୁ ସ୍ୱଚ୍ଛତା ରଖିବା ପାଇଁ ପ୍ରୟାସ ଚଳାଉ ଥିବା ବେଳେ ଏଠିକାର ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ଏଠିକାର ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି l ଗ୍ରାମବାସୀ ଅନେକ ଥର ସ୍ଥାନୀୟ ପ୍ରଶାସନ କୁ ପୋଖରୀ ର ସଫେଇ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ଏଥି ପ୍ରତି ନା ପଞ୍ଚାୟତ ଅଧିକାରୀ ନା ବ୍ଲକ ପ୍ରଶାସନ ଧ୍ୟାନ ଦେଉଥିବାର ଏହି ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ଏହି ପୋଖରୀ କୁ ଅତି ଶୀଘ୍ର ପ୍ରଶାସନ ତରଫରୁ ସଫା କରାଯିବା ପାଇଁ ଦାବୀ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ