ଜଲିଉଡ୍ ଚନ୍ଦନ ଆୱାର୍ଡ଼-୨୦୨୦

ଭୁବନେଶ୍ୱର,:- ଶନିବାର ଥିଲା ବିଶ୍ୱ ଅପେରା ଦିବସ । ଗୋଟେ ପଟେ ଖଣ୍ଡଗିିରୀରେ ଯାତ୍ରା ମହାକୁମ୍ଭ ଚାଲିଥିବା ବେଳେ, ‘ପ୍ରେରଣା ଗ୍ରୀନ୍ ଆର୍ମି’ ଓ ‘ବୀର ମହାସଂଘ’ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜଲିଉଡ୍ ଚନ୍ଦନ ଆୱାର୍ଡ଼ ସମ୍ମାନ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏହି ଉତ୍ସବ ଅବସରରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଇଟାଲୀର ଫୋରେନ୍ସରେ ୟୁରୋପୀୟ ଅପେରାର ସୃଷ୍ଟି ହୋଇଥିଲା । ସେହିଦିନ ଠାରୁ ମନୋରଞ୍ଜନର ଏକ ବଳିଷ୍ଠ ମାଧ୍ୟମ ରୂପେ ଅପେରା ପ୍ରଚଳିିତ ହୋଇଆସୁଛି । ତେଣୁ ମନୋରଞ୍ଜନର ପୁରାତନ କଳା ଅପେରା ଜଗତର ଅଭିନେତା, ଅଭିନେତ୍ରୀ, ଲେଖକ, ମାଲିକ, ନିର୍ଦ୍ଦେଶକମାନଙ୍କର ଏକ ପରିଚିତ ପୁସ୍ତକ ‘ଅପେରା ଦର୍ପଣ’ ବହୁ ଶିଘ୍ର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରେରଣା ଗ୍ରୀନ୍ ଆର୍ମି’ ପକ୍ଷରୁ ପ୍ରକାଶ ପାଇବ । ବିଶେଷକରି ବହୁ ପୁରାତନ କଳାକାରମାନଙ୍କ ସମ୍ପର୍କରେ ଜାଣିବା, ଅପେରା ସମ୍ପର୍କରେ ଗବେଷଣା ପାଇଁ ଏହା ସହାୟକ ହେବ । ଏଥିରେ ଅତିଥି ରୂପେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗ ଦେଇ କହିଥିଲେ ଯେ, ବୟସର ଅପରାହ୍ଣରେ କିମ୍ବା କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା କଳାକାରମାନେ ବହୁ ଅସୁବିଧାରେ ଜୀବନଯାପନ କରୁଛନ୍ତି । ତେଣୁ ସେମାନଙ୍କ ମାନବିକ ଅଧିକାର ସୁରକ୍ଷା, ଜୀବନବୀମା, କଳାକାର ଭତ୍ତା, ବିନା ମୂଲ୍ୟରେ ଚିକିତ୍ସା, ସେମାନଙ୍କ ପିଲାମାନଙ୍କୁ ଅବୈତନିକ କେଜି ଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାଦାନ, ଭୁବନେଶ୍ୱରରେ ଏକ ସରକାରୀ ବାସଗୃହ ଓ ସରକାରୀ ଜାଗା ଯୋଗାଇ ଦେବାକୁ ସରକାରଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ଏବଂ ଏହାର ଦାୟିତ୍ୱ ଡ. ଶ୍ରୀଚନ୍ଦନ ନେବେ ସେ କହିଥିଲେ । ଏଥିରେ ଆମେରିକୀୟ ନାଟ୍ୟକାର ଜନ୍ ହିମ୍‌ସ, ବିଶିଷ୍ଟ ପରିବେଶ ବିଜ୍ଞାନୀ ହୁପେନ୍ ନାଗରିକା, ଓଡ଼ିଶା ବୀର ମହାସଂଘରର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ଜାତୀୟ ସମରକଳା ମହାସଂଘର ସମ୍ପାଦକ ଅବନୀ ଜେନା, ରାଜ୍ୟ ଶିକ୍ଷକନେତା ରମାକାନ୍ତ ମହାପାତ୍ର, ଗ୍ରୀନ୍ କମାଣ୍ଡାଣ୍ଟ ନିରଞ୍ଜନ ସାହୁ, ଆଚିଭର ଫାଉଣ୍ଡେସନର ନିର୍ଦ୍ଦେଶିକା ଅରୁନ୍ଧତୀ ସୁନ୍ଦରାୟ, ଅଭିନେତା ଦିବ୍ୟ ନାରାୟଣ ସ୍ୱାଇଁ, ସମାଜସେବୀ ଆଶିଷ ବରିସଲ, ନିଲୁ ଖୁଣ୍ଟିଆ, ପ୍ରଦୀପ୍ତ ରାଉତରାୟ, ଜଲିଲ୍ ଖାନ୍ ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ୩୦ ଜଣ କଳାକାରଙ୍କୁ ସମ୍ମାନିତ କରାଯିବା ସହ ନୃତ୍ୟ, ସଙ୍ଗୀତ, ସଂଳାପ, ଅଭିନୟ ଆଦି ପ୍ରଦାର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ