ଜଳକଷ୍ଟ ଭୋଗୁଛନ୍ତି ତୁନାପାରି ଗ୍ରାମବାସୀ

ଜିଲ୍ଲା ପ୍ରଶାସନ ହେଉ ଅବା ବ୍ଲକ ପ୍ରଶାସନ ,ଏମିତିକି ଗ୍ରାମପଞ୍ଚାୟତ ମଧ୍ୟ ପ୍ରତିବର୍ଷ ବିଭିନ୍ନ ଯୋଜନା ପାଇଁ କୋଟି କୋଟି ଟଙ୍କାର ଖସଡ଼ା ପ୍ରସ୍ତୁତ କରିଥାନ୍ତି ନିର୍ବାଚିତ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀ। ଯେଉଁଥିରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାକୁ ପ୍ରାଥମିକତା ଦେଇଥାନ୍ତି।କିନ୍ତୁ ଏହି ଯୋଜନା ବାଟବଣା ହୋଇଥିବାର ଦୃଷ୍ଟାନ୍ତ ରହିଛି।ଏଭଳି ବର୍ଷ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ଗ୍ରାମ ହେଉଛି ତୁନାପାରି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତ ଅଧିନସ୍ଥ ଏହି ତୁନାପାରି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଜଳ ସମସ୍ୟା।ଏହି ଗାଁରେ ପ୍ରାୟ ୧୧୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ନଳକୂପ ମାତ୍ର ତିନୋଟି ନଳକୂପ ତନ୍ମଧ୍ୟରୁ ଦୁଇଟି ବର୍ଷ ତମାମ ଅଚଳ ହୋଇ ପଡିରହିଛି। ବିଦ୍ୟାଳୟ ପାଇଁ ଉଦ୍ଦିଷ୍ଟ କେବଳ ଗୋଟିଏ ମାତ୍ର ନଳକୂପ ବ୍ୟବହାର ଉପଯୋଗୀ।ଯେଉଁଥିରେ ବିଦ୍ୟାଳୟ ଓ ଅଙ୍ଗନବାଡି ପାଇଁ ନିଅଣ୍ଟ ହୋଇ ପଡିଥାଏ।ଫଳରେ ପାଣି ଟୋପାଏ ପାଇଁ ଏହି ନଳକୂପ ଉପରେ ଭରସା କରିବା ସେମାନଙ୍କ ପାଇଁ ଉପହାସ ସଦୃଶ।ଗାଁ ନିକଟ ଏକ ଚାଷବିଲର ଦୂଷିତ ଝର ପାଣି ଉପରେ ଭରସା କରନ୍ତି ତୁନାପାରି ବାସୀ।ଏହି ଦୂଷିତ ପାଣି ହିଁ ଏମାନଙ୍କ ତୃଷା ମେଣ୍ଟାଇବାରେ ସାହାଯ୍ୟ କରିଥାଏ।ଗାଈଗୋରୁ ଛେଳିମେଣ୍ଢା ମଧ୍ୟ ସେଇ ପାଣି ବ୍ୟବହାର କରିଥାନ୍ତି ।ଏହି ଦୂଷିତ ପାଣି ପିଇ ଅନେକ ରୋଗର ଶିକାର ହେବାକୁ ପଡିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତୁନାପାରି ବାସୀଙ୍କ ପାନୀୟ ଜଳର ଏଭଳି ଉତ୍କଟ ସମସ୍ୟା ଦୂର କରିବାରେ ଅସମର୍ଥ ପ୍ରଶାସନ ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।
ଗ୍ରାମବାସୀ ଆଣିଥିବା ଏହି ଅଭିଯୋଗ ବିଷୟରେ ଯେତେବେଳେ ଆମେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପଦ୍ମାବତୀ ମାଝୀଙ୍କୁ ବୁଝିଥିଲୁ ସେ ଏଭଳି କିଛି ଅଭିଯୋଗ ମୋତେ କେହି କରିନଥିବା କହିଥିଲେ।ଏବଂ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର କରାଯିବ ବୋଲି ଶ୍ରୀ ମତୀ ମାଝୀ କହିଥିଲେ।କେବେ ତୁନାପାରି ବାସୀଙ୍କ ଏହି ପାନୀୟ ଜଳର ସମସ୍ୟା ଦୂର ହେବ ତାହା ଦେଖିବା ବାକି ରହିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ