ଜଳକୁଣ୍ଡର ବ୍ୟବସ୍ଥା କଲା ମାନବସେବା ସଙ୍ଗଠନ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗ୍ରୀଷ୍ଣ ପ୍ରବାହକୁ ନଜର ରଖି ଭଦ୍ରକସ୍ଥିତ ମାନବସେବା ସଙ୍ଗଠନ ପକ୍ଷରୁ ସାବରଙ୍ଗ ଅଞ୍ଚଳରେ ଗୋମାତା ଓ ଅନ୍ୟ ପଶୁପକ୍ଷୀଙ୍କ ଜଳପାନ ନିମନ୍ତେ ଜଳକୁଣ୍ଡର ବ୍ୟବସ୍ଥା କରିଥିବା ଜଣାଯାଇଛି । ସାବରଙ୍ଗର ଧନେଶ୍ୱର ପରିଡା, ମୀନକେତନ ଦାସ, ନରହରି ପରିଡା, ନରେନ୍ଦ୍ର ବାରିକଙ୍କ ଉପସ୍ଥିତିରେ ସଙ୍ଗଠନର ସଦସ୍ୟ ସମ୍ବିତ୍ କୁମାର ଜେନା, କିଶୋର ଚନ୍ଦ୍ର ସାହୁ, କୀର୍ତ୍ତିକୃଷ୍ଣ ପାଳ, ଜିତେନ୍ଦ୍ର ଦାସ, ବିଜୟ ଦାସ, ବିଜୟ ବେହେରା, ଅରବିନ୍ଦ ବାରିକ, ହରେକୃଷ୍ଣ ସାହୁ, ସୂର୍ଯ୍ୟକାନ୍ତ ମଲ୍ଲିକ, ନରେଶ ପାଳ ପ୍ରମୁଖ ଜଳକୁଣ୍ଡର ବ୍ୟବସ୍ଥା କରିଥିଲେ । ଆଗାମୀ ଦିନରେ ଭଦ୍ରକର ବିଭିନ୍ନ ଅଞ୍ଚଳରେ ଜଳକୁଣ୍ଡ ଓ ଜଳଛତ୍ରର ବ୍ୟବସ୍ଥା କରାଯିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।