ଜଳଖିଆ ଦୋକାନକୁ ସିଲ କଲା ପ୍ରଶାସନ, ଥାନାରେ ଏତାଲା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କରୋନା ଭୁତାଣୁ ସଂକ୍ରମଣରୁ ରକ୍ଷା ପାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ସମଗ୍ର ଭାରତବର୍ଷକୁ ଆସନ୍ତା ଏପ୍ରିଲ ୧୪ ତାରିଖ ଯାଏଁ ଲକ ଡ଼ାଊନ ଘୋଷଣା କରାଯାଇଛି । ପ୍ରଶାସନର ନିର୍ଦ୍ଦେଶକୁ ଅବମାନନା କରି ଦୋକାନ ଖୋଲି ଦୋକାନରେ ଜନଗହଳି କରିବା ସହ ବେପାର ବଣିଜ କରୁଥିବା ଅଭିଯୋଗରେ ସ୍ଥାନୀୟ ପୌରପ୍ରଶାସନ ସ୍ଥାନୀୟ ପୌରାଂଚଳ ତରାତାରିଣୀ ରୋଡ଼ ନିକଟରେ ଅବସ୍ଥିତ ଏକ ଜଳଖିଆ ଦୋକାନକୁ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ସିଲ କରିଛନ୍ତି । ପ୍ରକାଶ ଯେ, ସନ୍ତୋଷ କୁମାର ପାଠୀ ଜଳଖିଆ ଦୋକାନ ଖୋଲି ଲୁାଛପାରେ ବେପାର ବଣିଜ କରି ଆସୁଥିଲେ । ଖବର ପାଇ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଘଟଣା ସ୍ଥଳରେ ପଂହଚି ସଂପୃକ୍ତ ଦୋକାନକୁ ସିଲ କରିବା ସହ ହିଂଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ପୁଲିସ ଥାନାରେ ନଂ- ୧୧୧/୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଦୋକାନୀ ମାଲିକଙ୍କୁ ଗିରଫ କରିଛି ।