ଜଳଛତ୍ର ଉଦ୍ଘାଟିତ

ଜଳଛତ୍ର ଉଦ୍ଘାଟିତ
ପିପିଲି(ଯୁଗାବ୍ଦ ନ୍ୟୁଜ୍): ପିପିଲି ବ୍ଲକ ସରେକଳ ପଞ୍ଚାୟତ ପକ୍ଷରୁ ପିପିଲି ଟୋଲ୍ ଗେଟ୍ ନିକଟରେ ଜଳଛତ୍ର ଖୋଲାଯାଇଛି । ସରପଞ୍ଚ ଶଙ୍କର ବେହେରା ଏହାକୁ ଉଦ୍ଘାଟନ କରିଥିଲେ । ପୁରୀ ଭୁବନେଶ୍ୱର ୩୧୬ ନଂ ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଯାଉଥିବା ପଥଚାରୀ, ତୀର୍ଥଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସହାୟକ ହେବ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମିତିସଭ୍ୟା ସୁନନ୍ତ ମଲ୍ଲିକ, ସଞ୍ଜୟ ଜେନା ଓ ଦିଲ୍ଲୀପ ବେହେରା ପ୍ରମୁଖ ଯୋଗଦେଇଥିଲେ । ସମ୍ପୃକ୍ତ ଜଳଛତ୍ରଟି ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ