ଜଳଛାୟା ସଂସ୍ଥା ପକ୍ଷରୁ ଗୁମ୍ମା ବ୍ଲକସ୍ତରୀୟ କୃଷି ଯନ୍ତ୍ରପାତି ସହାୟତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁମ୍ମା, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ରେଗିଡି ପଞ୍ଚାୟତ ଅଧିନସ୍ତ ତୁବୁରଡ଼ା ଗ୍ରାମ ଠାରେ ଜଳ ଛାୟା ସଂସ୍ଥା ତରଫରୁ ଏକ ବ୍ଲକସ୍ତରୀୟ କୃଷି ଯନ୍ତ୍ରପାତି ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନୟନ କମିଟି ଦ୍ୱାରା ଚୟନ କରା ଯାଇଥିବା ହିତାଧିକାରୀ ମାନଙ୍କୁ ଚାଷ ନିମନ୍ତେ ପମ୍ପସେଟ ସହାୟତା ଯୋଗାଇ ଦିଆ ଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରେଗିଡି ପଞ୍ଚାୟତ ସରପଞ୍ଚ ଅମିଏଲ ମଣ୍ଡଳ,ଉଦ୍ୟାନ ବିଭାଗର ଅଧିକାରୀ ଦିଲିପ କୁମାର ଡ଼ିଙ୍ଗାଲ ଓ ଓଡିଶା କୃଷି ନିଗମର କନିଷ୍ଠ ଯନ୍ତ୍ରୀ ଭାରତ ଭୂଷଣ ଯୋଗ ଦେଇ ଚାଷୀ ମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇଥିଲେ।ଜଳ ଛାୟା ସଂସ୍ଥା ଦ୍ୱାରା ଆଗାମୀ ଦିନରେ ଗୁମ୍ମା ବ୍ଲକ ତଥା ପ୍ରତେକ ପଞ୍ଚାୟତ ସ୍ତରରେ ଚାଷୀଙ୍କ ପାଇଁ ସହାୟକ ହୋଇପାରିବ ବୋଲି ଅତିଥି ମାନେ କହିଛନ୍ତି।ସେହିପରି ଚାଷୀ କିପରି ଭାବରେ ଜଳର ସଦୁପଯୋଗ ଓ ସଠିକ ପରିଚାଳନା ମାଧ୍ୟମରେ ଉନ୍ନତ ମାନର କୃଷି ଓ ଅର୍ଥକାରୀ ଫସଲ ଚାଷୀ ମାନେ କିପରି ବ୍ୟବହାର କରିପାରିବେ ସେ ବିଷୟରେ ମଧ୍ୟ ଚାଷୀ ମାନଙ୍କୁ ଅବଗତ କରାଇଥିଲେ ଅତିଥି।ଜଳ ଛାୟା ସଂସ୍ଥାର ସମସ୍ତ କାର୍ଯ୍ୟକ୍ରମ ବିଷୟରେ ସ୍ଥାନୀୟ ଜନ ସାଧାରଣ ଅବଗତି ନିମନ୍ତେ ଜାଣିବାର ଆବଶ୍ୟକ ବୋଲି ଜଣାଇ ଥିଲେ ଶ୍ରୀ ଡ଼ିଙ୍ଗାଲ।କାର୍ଯ୍ୟକ୍ରମକୁ ଜଳ ଛାୟା ସଂଗଠନର କନିଷ୍ଠ ଯନ୍ତ୍ରୀ ଜ୍ଞାନ ରଂଜନ ବରାଳ,ପ୍ରମିଳା ସାହୁ,ତନ୍ମୟ ମହାପାତ୍ର,ପ୍ରଜୟକ ରାଇକା ଓ ଏବେନେଜ଼ର ଗମାଙ୍ଗ ପ୍ରମୁଖ ପରିଚାଳନା କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ