ଜଳପଥକୁ ପ୍ରାଥମିକତା ଦେଉଛନ୍ତି ପ୍ରବାସୀ ଶ୍ରମିକ

ବ୍ରହ୍ମପୁର, (ୱାଇଏନ୍‌ଏସ୍‌): କରୋନା ଭାଇରସ୍ ଯୋଗୁଁ ସାରା ଭାରତରେ ତାଲାବନ୍ଦ ଥିବା ଯୋଗୁଁ ଦେଶରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇପଡିିଛି । ଦେଖିବାକୁ ଗଲେ ତାଲା ବନ୍ଦ ଯୋଗୁଁ ବାହାର ରାଜ୍ୟରେ ଫସି ରହିଯାଇଥିବା ଦିନମଜୁରିଆ ତଥା ଶ୍ରମିକଙ୍କ ଉପରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ବାହାର ରାଜ୍ୟରେ ଫସି ରହିଥିବା ବହୁ ଶ୍ରମିକମାନେ ବିଭିନ୍ନ ଉପାୟ କରି ନିଜ ବାସସ୍ଥାନକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ଏମାନେ ଜଳପଥକୁ ବାଛି ନେଇଛନ୍ତି ନିଜ ବାସସ୍ଥାନକୁ ଫେରିବା ପାଇଁ । ଆଜି ଓଡ଼ିଶା ଓ ଇଚ୍ଛାପୁରର ପ୍ରାୟ ୩୮ଜଣ ଶ୍ରମିକ ଯେଉଁମାନେ ଚେନ୍ନାଇରେ ଫସି ରହିଥିଲେ, ସେମାନେ ଏହି ସମୁଦ୍ର ପଥ ଦେଇ ଆସି ପହଂଚିଥିବା ଜଣାପଡିଛି । ସୂଚନାରୁ ପ୍ରକାଶ ଯେ, ଚିକିଟି ଓ ଇଚ୍ଛାପୁରର ପ୍ରାୟ ୩୯ ଜଣ ଶ୍ରମିକ ଏହି ବର୍ଷ ଚେନ୍ନାଇର ଏକ ସ୍ଥାନରେ ରହି ମାଛଧରିବା କାର୍ଯ୍ୟରେ ନିୟୋଜିତ ଥିଲେ । ଏମାନଙ୍କ ସହିତ ଥିଲେ ସେଠାର ଠିକାଦାର । ମାତ୍ର ଲକ୍‌ଡ଼ାଉନ ଘୋଷଣା ପରେ ଏମାନେ ସେଠାରେ ଫସି ରହିଯାଇଥିଲେ । ପରେ ପରେ ଠିକାଦାର ସେଠାରୁ କୌଶଳକ୍ରମେ ଫେରାର୍ ହୋଇଯାଇଥିଲା । ତେବେ ସେଠାରେ ରହିଥିବା ପ୍ରାୟ ୩୯ ଜଣ ଶ୍ରମିକ ପାଖରେ ଖାଦ୍ୟ ସାମଗ୍ରୀ ନଥିବା ବେଳେ ଭୋକ ଉପାସରେ ବହୁ ଦୁଃଖକଷ୍ଟରେ ଫସି ରହିଥିଲେ । ଏହା ପରେ ସେଠାରେ ଥିବା ସମସ୍ତ ଶ୍ରମିକ ଘରୁ ଟଙ୍କା ଯୋଗାଡ଼ କରି ପ୍ରାୟ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ଡ଼ଙ୍ଗାକୁ ଭଡ଼ାସୂତ୍ରରେ ଆଣିଥିଲେ । ଏହି ଡ଼ଙ୍ଗାରେ ଅଳ୍ପକେତେକ ଖାଦ୍ୟ ପଦାର୍ଥ ରଖି ଗତ ୨୩ ତାରିଖ ୧୨ଟା ସମୟରେ ଓଡ଼ିଶା ଅଭିମୁଖେ ସମୁଦ୍ର ଜଳପଥରେ ବାହାରି ପଡ଼ିଥିଲେ ନିଜ ନିଜ ବାସସ୍ଥାନରେ ପହଂଚିବା ପାଇଁ । ସମୁଦ୍ର ମଝିରେ ଅର୍ଥାତ୍ ଅଧାବାଟରେ ବୋଟ୍‌ର ଡ଼ିଜେଲ୍ ସରି ଯାଇଥିଲା, ଯାହାଫଳରେ ବୋଟ୍ ଟି ସମୁଦ୍ରରେ ହିଁ ଫସି ରହିଥିଲା । ତେବେ ଉକ୍ତ ଘଟଣା ବିଷୟରେ ରାମୟାପାଟଣାରେ ଥିବା ମତ୍ସ୍ୟଜୀବୀ ସଂପାଦକ ଏଲ୍‌.ଭୋଗିରାଜୁଙ୍କ ସହିତ ଫୋନ୍ ମାଧ୍ୟରେ ଜଣାଇଥିଲେ । ତେବେ ସୋମବାର ରାମାୟାପାଟଣାରୁ ଏକ ବୋଟ୍ ସାହାର୍ଯ୍ୟରେ କିଛି ଖାଦ୍ୟ ସାମଗ୍ରୀ ଓ ଡ଼ିଜେଲ୍ ଧରି ସକାଳ ୬ ଘଟିକାରେ ବାହାରି ଦିନ ୧୨ଟାରେ ତାଙ୍କ ପାଖରେ ପହଂଚି ଥିଲେ । ସମସ୍ତ ଶ୍ରମିକ ଗୁରୁବାର ୩ଟାରେ ପହଂଚିଥିବା ସୂଚନା ମିଳିିଛି । ତେବେ ସମସ୍ତଙ୍କୁ ରାମୟାପାଟଣାସ୍ଥିତ ଓଡ଼ିଆର୍‌ଏଫ୍ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି । ବୋଟ୍ ରେ ଆସୁଥିବା ଶ୍ରମିକମାନଙ୍କ ମଧ୍ୟରେ ସାନ ଆର‌୍ୟ୍ୟପଲ୍ଲୀ ଗାଁର ୨୧ଜଣ, ମାର୍କଣ୍ଡି ଗାଁର ୫ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ