ଜଳପଥରେ ଆକ୍ରମଣ ପାଇଁ ଯୋଜନା କରୁଛି ପାକିସ୍ତାନ,ଗୁଇନ୍ଦା ବିଭାଗ
ଜମ୍ମୁରେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ରକ୍ତ ଚାଉଳ ଚୋବାଉଛି । କେଉଁ ମୁହୁର୍ତ୍ତରେ ମଧ୍ୟ ଭାରତ ଉପରେ ପାକିସ୍ତାନ ଆକ୍ରମଣ କରିପାରେ । ତେଣୁ ଭାରତ ସରକାରଙ୍କ ତରଫରୁ ସ୍ଥଳ ଭାଗରେ ବ୍ୟାପକ ସେନା ମୃତୟନ କରାଯାଇଥିବା ବେଳେ ପାକିସ୍ତାନ ନୈାସେନା ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା ଚଳାଇଛି ବୋଲି ଗୁଇନ୍ଦା ବିଭାଗ ତରଫରୁ ଜଣାପଡିଛି । ଗୁଇନ୍ଦା ସୂଚନା ପରେ ନୈାସେନା ମାନଙ୍କରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡକଡି କରାଯାଇଛି । ସ୍ଥଳଭାଗରେ ଆତଙ୍କବାଦୀ ମାନେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ସମୟରେ ଭାରତୀୟ ଯବାନ ମାନଙ୍କ ଦ୍ୱାରା ଆକ୍ରମଣରେ ନିହତ ହୋଇଥିଲେ । ଆତଙ୍କବାଦୀ ମାନଙ୍କ ଭାରତରେ ପ୍ରବେଶକୁ ଭାରତୀୟ ଯବାନ ମାନେ ଭଣ୍ଡୁର କରିଦେଇଥିଲେ । ବର୍ତ୍ତମାନ ଗୁଇନ୍ଦା ରିପୋର୍ଟ ମିଳିବା ପରେ ଭାରତୀୟ ନୈାସେନାରେ ମଧ୍ୟ ବ୍ୟାପକ ସେନା ମୃତୟନ କରାଯାଇଛି ।