ଜଳବନ୍ଦୀରେ ବମିଖାଲ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀର ପ୍ରମୁଖ ଜନଗହଳି ଅଂଚଳ ତଥା ବମିଖାଲ ୩୧ ନମ୍ବର ୱାର୍ଡ ଜଳବନ୍ଦୀ ଯୋଗୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସାମାନ୍ୟ ବର୍ଷା ହେଲେ ଉକ୍ତ ଜଳମଗ୍ନ ହେବା ସହିତ ଜନସାଧାରଣ ତଥା ଯାନବାହାନ ଭାରିମାତ୍ରାରେ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ବର୍ଷା ଯୋଗୁଁ ରସୁଲଗଡ଼ ଛକସ୍ଥିତ ଏସ୍‌ପ୍ଲାନାଦେ ମଲ ଠାରୁ ବମିଖାଲସ୍ଥିତ ଏକାମ୍ର ସିନେମା ହଲ୍ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଜଳମଗ୍ନ ହେବା ସହ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ଜନସାଧାରଣଙ୍କୁ ହେବାକୁ ପଡ଼ିଥିଲା । ପ୍ରାୟ ଅଢ଼େଇ ଘଂଟା ଧରି ବର୍ଷା ଲାଗି ରହିବା ଫଳରେ ଟ୍ରାଫିକ୍ ସମସ୍ୟା ସାଙ୍ଗକୁ ଜଳବନ୍ଦୀରେ ଲୋକେ ରହିଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ବମିଖାଲରେ ଡ୍ରେନେଜ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଜନସାଧାରଣ ଭୁବନେଶ୍ୱର ମହାନଗର ନିଗମକୁ ବହୁବାର ଅବଗତ କରାଇଥିଲେ ମଧ୍ୟ କୌଣସି ସମାଧାନ ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ସ୍ଥାନୀୟ ଅଂଚଳର ବାସିନ୍ଦା ତଥା ମୁଖପାତ୍ର ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅରବିନ୍ଦ ତ୍ରିପାଠୀ, ସମାଜସେବୀ ବାବାଜୀ ମହାରଣା, ଡ. ଭ୍ରମରବର ପ୍ରଧାନ ମତବ୍ୟକ୍ତ କରିଥିଲେ ଯେ, ଦୀର୍ଘ ବର୍ଷ ହେଲା ବମିଖାଲ ଅଂଚଳଟି ସାମାନ୍ୟ ବର୍ଷାରେ ବୁଡ଼ିଯାଉଛି । ସାଧାରଣ ଲୋକେ, ରୋଗୀ ଏବଂ କର୍ମକ୍ଷେତ୍ରକୁ ଗଲାବେଳେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଏହାର ଆଶୁ ସମାଧାନ କରାଯିବ ସେ ଦିଗରେ ସରକାର ବିହିତ ପଦକ୍ଷେପ ନେବେ ବୋଲି କହିଥଅଧିକାଂଶ ଗାଡ଼ିଗୁଡ଼ିକ ସଂପୂର୍ଣ୍ଣ ପାଣି ଭିତରେ ଲୋକମାନେ ଚଳାଇ ଯାଉଥିବା ଦେଖାଯାଇଥିବାବେଳେ କେବେ ଏହାର ସମାଧାନ କରାଯିବ ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ