ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କଲେ ଅତିରିକ୍ତ ତହସିଲଦାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ ୨୦ ତାରିଖ ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ବନ୍ତ ବ୍ଲକ ଅନ୍ତର୍ଗତ କେନ୍ଦୁଆପଦା ପଞ୍ଚାୟତ କସଗଢିଆ, ମୁଗଗଢିଆ, ଗୋହିରାପଦୀ ଆଦି ୩ଟି ଗ୍ରାମ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଶତାଧିକ ଏକର ଚାଷ ଜମି ଜଳମଗ୍ନ ହୋଇ ରହିଛି । ଏପରିପେକ୍ଷୀରେ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ପରିସ୍ଥିତି ସଂପର୍କରେ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଛନ୍ତି । କ୍ଷେତ୍ର ପରିଦର୍ଶନ ବେଳେ ସ୍ଥାନୀୟ ରାଜସ୍ୱ ନୀରିକ୍ଷକ ସୌମ୍ୟ ରଞ୍ଜନ ସାମନ୍ତ, ଅମିନ ତାପସ ଜେନା ଉପସ୍ଥିତ ଥିଲେ ।