ଜଳବନ୍ଦୀ ଅଞ୍ଚଳ ବୁଲି ଦେଖିଲେ ବିଜେପି ନେତା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତର ମୁଗଗଢିଆ, କସଗଢିଆ ଓ ଗୋହିରାପଦୀ ଆଦି ଜଳବନ୍ଦୀ ଅଞ୍ଚଳକୁ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳ ବୁଲି ଦେଖିଛନ୍ତି । ଲଘୁଚାପ ବର୍ଷାରେ ରାସ୍ତା ନଷ୍ଟ ହେବା ସହ ଉପରୋକ୍ତ ଗ୍ରାମର ଲୋକ ମାନେ ବାହାରକୁ ବାହାରି ପାରୁନଥିବା ଦେଖିବାକୁ ପାଇଥିଲେ । ସେହିପରି ଶହ ଶହ ଏକର ଚାଷ ଜମି ବର୍ଷାଜଳରେ ବୁଡି ରହିଥିବା ଦେଖାଯାଇଥିଲା । ଉପରୋକ୍ତ ଗ୍ରାମର ଲୋକଙ୍କ ଦୁର୍ଦ୍ଦଶା ପଚାରି ବୁଝିବା ସହ ପ୍ରଶାସନକୁ ଏସଂପର୍କରେ ଅବଗତ କରାଇଥିଲେ । ଉଲ୍ଲେଖ ଯେ, ଲଘୁଚାପ ବର୍ଷା ଓ ରେବ ନଦୀର ଜଳରେ ଗୋହିରାପଦୀରୁ ମୁଗଗଢିଆ ଦେଇ ବି.କେ.ବି.ଏମ୍ ରୋଡ୍କୁ ସଂଯୋଗ କରୁଥିବା ରାସ୍ତାର ମୁଗଗଢିଆ ଠାରେ ଘାଇ ସୃଷ୍ଟି ହୋଇ ୩ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ଥିବା ବେଳେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଏନେଇ ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନକୁ ଅବଗତ କରିବା ପରେ ମଙ୍ଗଳବାର ବିଡିଓ ରେବେକା ବିଲୁଙ୍ଗ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିବା ଜଣାଯାଇଛି ।