ଜଳବାଯ଼ୁ ପରିବର୍ତ୍ତନରେ ଜଳଚକ୍ର ନିରନ୍ତର ବିକାଶର ପ୍ରୟାସ

ବ୍ରହ୍ମପୁର,(ଅନିଲ କୁମାର):ଜଳ ପାଇବା ଏକ ମାନବ ଅଧିକାର ତଥାପିଆଜି 2.2 ବିଲିଯ଼ନ ଜନସାଧାରଣପାନୀୟ ଜଳ ସେବା ରୁବଞ୍ଚିତ ହେବ। ସହ ସେମାନଙ୍କ ଜୀବନ ଯାପନ ବିନାଶକାରୀକୁ ପ୍ରଭାବିତହେଉଛି ଏବଂ ଆଗାମୀ ଦିନରେ ଆହୁରି ଅଧିକ ଜଳ ସଙ୍କଟ ଦେଖା ଦେବ ବୋଲି ଜାତିସଂଘ ଆନୁମାନିକ କରିଛି। ଏହାକୁ ନିରାକରଣ କରିବା ଓ ସୁବ୍ୟବସ୍ଥିତ ଜଳଚକ୍ର ନିରନ୍ତର ବିକାଶ ପାଇଁ 2030 ସୁଧା ଭରତ ବର୍ଷରୁ କ୍ଷୁଧା, ଲିଙ୍ଗଗତ ସମାନତା, ସମସ୍ତଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା, ସ୍ଥିରତା ଏବଂ ଇକୋସିଷ୍ଟମ ସମ୍ବନ୍ଧରେ ଅଗ୍ରଗତିକୁ ଗୁରୁତ୍ୱଦେବା ଉଦେଶ୍ୟରେ ୟୁଉନିସେଫ -ଯୁଥ ଫର ୱାଟର ଅଭିଯାନର ପ୍ରୋଯୋଜନରେ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଆଇଏସଆରଡ଼ି -ୱାନ ସ୍ଟପ ସେଣ୍ଟର ଓ ଶକ୍ତି ସଦନ, ବ୍ରହ୍ମପୁରର ମିଳିତ ଉଦ୍ୟମରେ ସ୍ଥାନୀୟ ଗୋକୁଳଧମ ଠାରୁ ବିଶାଳ ଯୁବ ସୋଭା ଯାତ୍ରାକୁ ମାନ୍ୟବର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ ଆନୂଷ୍ଟାନିକ ଭାବେ ଉଦ୍ ଘ।ଟନ କରିଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ବ୍ରହ୍ମପୁରର ପୂର୍ବତନ ବିଧ।ୟକ ଡାକ୍ତର ରମେଶ ଚନ୍ଦ୍ର ଚାୟୁପଟ୍ଟନାୟକ, ସୁବାସ ମହାରଣ।, କେଦାରନାଥ ଚୌଧୀରୀ, ଦେବେଶ କୁମାର ସାମନ୍ତରାୟ, ରଞ୍ଜିତ କୁମାର ନନ୍ଦ, ଉପଖଣ୍ଡ ଜିଲ୍ଲା ସମାଜ ମଙ୍ଗଲ ଅଧିକାରୀ ଶ୍ରୀମତୀ ଶାନ୍ତି ପଟ୍ଟନାୟକ, ସୁଧୀର ସାବତ, ମହେଶ୍ଵତା ପାଢୀ ପ୍ରମୁଖ ଯୋଗ ଦେଇ ଜଳକୁ ଅପଚୟ ଓ ଉପଯୁକ୍ତ ଜଳ ପରିଚାଳନା ଯୋଗୁ ସମାଜ ରେ ମାନବ ସମାଜ, ପଶୁ ପକ୍ଷୀ, କୀଟ ପତଙ୍ଗ ଓ ପରିବେଶ ଧ୍ଯୁଂସାମୁଖୀ ହେବାକୁ ଆରମ୍ଭ ହେଲାଣି ଏବଂ ଜଳବାଯ଼ୁ ପରିବର୍ତ୍ତନକାରଣରୁ ହିମବାହଗୁଡ଼ିକ ପୂର୍ବାପେକ୍ଷା ଅଧିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। କୋଟି କୋଟି ଲୋକଙ୍କ ପାଇଁ, ତରଳ ଜଳ ପ୍ରବାହ ବଦଳୁଛି, ବନ୍ୟା, ମରୁଡ଼ି, ଭୂସ୍ଖଳନ ଏବଂ ସମୁଦ୍ର ପତ୍ତନ ବୃଦ୍ଧି ଘଟୁଛି | ଅସଂଖ୍ୟ ସମ୍ପ୍ରଦାଯ଼ ଏବଂ ପରିସଂସ୍ଥାନ ଓ ପରିବେଶ ଧ୍ୱଂସ ହେବାର ଆଶଙ୍କା ରହିଛି। ଅଙ୍ଗାରକାମ୍ଳ ନିର୍ଗମନରେ ବୈଶ୍ୱିକ ହ୍ରାସ ଏବଂ ସଙ୍କୁଚିତ ହେଉଥିବା ହିମବାହ ସହିତ ଖାପ ଖୁଆଇବା ପାଇଁଆଜିର ପ୍ରୟାସର ଅ।ବଶ୍ୟକତ। ରହିଛି ବୋଲି ଉଦବୋଧନ ଦେଇ ଥିଲେ ।
ଆଜିର ବିଶ୍ୱ ଜଳ ଦିବସ ଅଭିଯାନକୁ ସଫଳ ରୂପାଯନ କରିବା ପାଇ ଓ ଜଳବାଯ଼ୁ ପରିବର୍ତ୍ତନ ଏବଂ ବିଶ୍ୱ ଜଳ ସଙ୍କଟର ମୁକାବିଲା ସହ ହିମବାହ ସଂରକ୍ଷଣକୁ ରଖିବା ପାଇଁ ମିଳିତ ଭାବେ ଆଇଏସଆରଡ଼ି ଓ ସାମନ୍ତରାଯ ଏକାଡେମିର କର୍ମକର୍ତା, ଯୁବ ସମାଜ, ଛାତ୍ର ଛାତ୍ରୀ, ଗଞ୍ଜାମ ଜିଲ୍ଲା ର ବୁଦ୍ଧି ଜୀବି ଓ ସମାଜ ସେବି ଅନୁଷ୍ଠାନ ରୁ ଯୋଗ ଦାନ କରିଥିଲେ । ପ୍ରଶାନ୍ତ ନାୟକ, ଅନିଲ ପାତ୍ର , ଗୋପାଳ କୃଷ୍ଣ ଦଳବେହରା, ପ୍ରଭାତପାଢି, ସ୍ନେହମୟୀ ପାଢି, ଆସ୍କିଲ। ରାଇକା, ପ୍ରଭାସିନୀ ପାଣିଗ୍ରାହୀ ଏଶ୍ଵରୀୟ। ସାବତ, ମଧୁସ୍ମିତା ମଲ୍ଲିକ, ବିପିନନାହକ, ବଜରଙ୍ଗ ନାୟକ ପ୍ରମୁଖ କାର୍ଯ୍ୟ କ୍ରମକୁ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ