ଜଳବାୟୁ ଓ ପରିବେଶ ସନ୍ତୁଳନରେ ଜୀବନଶୈଳୀ ପରିବର୍ତ୍ତନ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନଗୋପାଳପୁର ଠାରେ ଇ-ଶ୍ରମିକ କାର୍ଡ ହିତାଧିକାରୀଙ୍କ ପାଇଁ ଏକ ଦିବସ ସ୍ୱଳ୍ପ ଅବଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ” ଦତ୍ତପନ୍ତ ଠେଙ୍ଗିଡି ଜାତୀୟ ଶ୍ରମିକ ଶିକ୍ଷା ଏବଂ ବିକାଶ ବୋର୍ଡ଼ ଭାରତ ସରକାରଙ୍କ, ବ୍ରହ୍ମପୁର ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ସେଲଟର” ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୁପେ ବରିଷ୍ଠ ଶିକ୍ଷାଅଧିକାରୀ ସତ୍ୟ ପ୍ରସାଦ ଲେଙ୍କା ଯୋଗ ଦେଇ ଦେଶର ଆର୍ଥିକ ବିକାଶରେ କୃଷକ ଏବଂ କୃଷିଜାତ ଦ୍ରବ୍ୟ ବ୍ୟବସାୟରେ ନିୟୋଜିତ ଥିବା ଶ୍ରମଯିବି ମାନଙ୍କ ଭୂମିକା ବଡ଼ ମହତ ପୂର୍ଣ। ଏଥି ପାଇଁ କେନ୍ଦ୍ର ସରକାରଙ୍କ ଇ-ଶ୍ରମ କାର୍ଡ ମାଧ୍ୟମରେ ସେମାନଙ୍କର ବିସ୍ତୃତ ରିପୋଟ ନେଇ ବିକାଶ ର କାର୍ଯ୍ୟରେ ଆଗେଇଛନ୍ତି। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କବିତା ସାହୁ ଯୋଗ ଦେଇ କୃଷି ଶ୍ରମିକ ମାନଙ୍କୁ କାର୍ଯ୍ୟ କ୍ଷେତ୍ରେରେ ସମାନତାର ଅଧିକାର ଏବଂ ଉଚିତ ନ୍ୟାୟ ଦେବା ଉପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟକରୁଛନ୍ତି। ବିଶିଷ୍ଟ ଶିକ୍ଷାଅଧିକାରୀ ସ୍ନେହ ରଞ୍ଜନ ଗୋଛାୟତ ଇ-ଶ୍ରମ କାର୍ଡର ଉପଯୋଗିତା, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ,, ପେନସନ କାର୍ଡ, କୃଷିନିଧ କାର୍ଡ,ଅଣ ବ୍ୟବସାୟୀକ ଋଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଆଜି ଦେଶର ପ୍ରାଧନ ମନ୍ତ୍ରୀ ” ଜଳବାୟୁ ଓ ପରିବେଶ ସୁରକ୍ଷାରେ ଜିବନ ଶୈଳିରେ ପରିବର୍ତ୍ତନ” ଏକ ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ କରିବା ପାଇଁ କହିଥିଲେ।
କର୍ମଶାଳାରେ ସମ୍ବଳ ବ୍ୟକ୍ତି ବାସନ୍ତୀ ଗୌଡ଼ ଓ ଇସଲାମ ଶବର ଯୋଗଦେଇ ଜୈବିକ କୃଷି ଏବଂ ସଙ୍ଘନ କୃଷିର ଉପକରିତ ଉପରେ ତାଲିମ ପ୍ରଦାନ କରିଥିଲେ। ଏହାକୁ ସଂଯୋଜନା କରିଥିଲେ “ସେଲଟର” ସମ୍ପାଦକ ଉମା ଶଙ୍କର ଦାଶ। ଏହି ଅବସରରେ ଉପସ୍ଥିତ ଥିବା ତାଲିମଧାରୀଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ସରକାରଙ୍କ ତରଫରୁ ବ୍ୟାଙ୍କ ଖାତାକୁ ୨୫୦ଟାଙ୍କା ଯିବ ବୋଲି କହିଥିଲେ। ଶେଷରେ ସ୍ୱେଚ୍ଛାସେବୀ ଶେଷଦେବ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।