ଜଳବାୟୁ ପରିବର୍ତ୍ତନ ମୁକାବିଲା ପାଇଁ ବିଶ୍ଵ ସତ୍ୟାଗ୍ରହ
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) : ସମଗ୍ର ପୃଥିବୀ ଜଳବାୟୁ ପରିବର୍ତ୍ତନରେ ସମୂଖୀନ ହେଉଥିବା ସମୟରେ ଭବିଷ୍ୟତର ପୃଥିବୀକୁ ନେଇ ଦେଶ ବିଦେଶରେ ବୈଜ୍ଞାନିକ ମାନଙ୍କ ସତର୍କ ସୂଚନା ସମଗ୍ର ମାନବ ସମାଜ ପାଈଁ ଏକ ବ୍ୟଥାର କାରଣ ସାଜିଥିବା ବେଳେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଶୁକ୍ରବାର ଆନ୍ତର୍ଜାତୀୟ ବିଶ୍ଵ ଜଳବାୟୁ ସତ୍ୟାଗ୍ରହ ଦିବସ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ପ୍ରାୟ ଚାରି କିଲୋମିଟର ଚନ୍ଦ୍ରଭାଗା ବିଚ୍ ପର୍ଯ୍ୟନ୍ତ ଏକ ସତ୍ୟାଗ୍ରହ ସାଧାରଣ ପଦଯାତ୍ରା ରାଲି ପରିବେଷିତ ତଥା ଆଲ୍ଲାହାବାଦ ବ୍ୟାଙ୍କର କର୍ମଚାରୀ ସରୋଜ କୁମାର ଜେନାଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସତ୍ୟାଗ୍ରହରେ ପରିବେଶ ସାଥୀ ଶ୍ରି ଦୀପ୍ତି ରଞ୍ଜନ ଦେଓ(ପୁରୀ)ଶ୍ରି ସୁବ୍ରତ ସ୍ୱାଇଁ(ଶ୍ରୀରାମପୁର)ଶ୍ରି ଗଣେଶ ଚନ୍ଦ୍ର ବେହେରା(କୋଣାର୍କ)ଟି ରେଣୁ ରାଓ(କୋଣାର୍କ), ବଡଗାଁର ଯୁବକ ସଂଘର ସଦସ୍ୟ, ରେଞ୍ଜର୍ସ ଆଡ୍ ଭେଞ୍ଚର ର କର୍ମକର୍ତ୍ତା,କୋଣାର୍କ ଏନଏସି ର ଦଶନମ୍ବର ୱାର୍ଡର ମା ତାରିଣୀ ରାଣୀହାଟ ସାହି ଯୁବଗୋଷ୍ଠୀର ସମସ୍ତ ସଦସ୍ୟ, କୋଣାର୍କ ପାଞ୍ଚ ନମ୍ବର ୱାର୍ଡର ଏସ୍ ଏସ୍ ଜି ମହିଳା ଗ୍ରୁପ୍ ସହିତ କେନ୍ଦ୍ରାପଡାରୁ ଆସିଥିବା ସମ୍ଭାବନା ର ସଦସ୍ୟ ମାନେ ଯୋଗଦେଇ ବିଲୁପ୍ତି ବିପ୍ଳବ ସତ୍ୟାଗ୍ରହକୁ ସଫଳ କରିଥିଲେ। ପରିଶେଷରେ ଚନ୍ଦ୍ରଭାଗାଠାରେ ଆମ ଦ୍ୱାରା ଘଟୁଥିବା ବିଲୁପ୍ତି କରଣ ପକ୍ରିୟାରେ ଆମ୍ଭେମାନେ ବିଲୁପ୍ତ ହୋଇଯିବା ନାହିଁତ ? ବିଷୟରେ ଏକ ବିଷୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ସବୁଜ ଶୁଭେଚ୍ଛା ସହ ସତ୍ୟାଗ୍ରହ ସଫଳ ରୂପାୟନ ହୋଇଥିଲା।


