ଜଳମଣ୍ଡୁଆ ଠାରେ ଧାନମଣ୍ଡି ଉଦଘାଟିତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିନ ବାରିକପୁର ସ୍ଥିତ ଜଳମଣ୍ଡୁଆ ସମିତି ଠାରେ ଆଜି ଧାନମଣ୍ଡି ଉଦଘାଟିତ ହୋଇଯାଇଛି । ସମିତି ସମ୍ପାଦକ ଜୟନ୍ତ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ ଦାସ, କମଳ କୁମାର ନନ୍ଦ, ସୁରେନ୍ଦ୍ର ପାଲ, ମୁକ୍ତିକାନ୍ତ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ନିରୀକ୍ଷକ ରେବତୀସ ସିଂ ନାୟକ, ରାଜସ୍ୱନିରୀକ୍ଷକ ସଂଜିବ ବାରିକ, ଅମୂଲ୍ୟ ନାୟକ ଏଥିରେ ଉପସ୍ଥିତ ଥିଲେ । ପ୍ରଥମ ଦିନରେ ଦୁଇଜଣ ଚାଷୀଙ୍କ ଠାରୁ ପ୍ରାୟ ୯୫ କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ସମିତି ପକ୍ଷରୁ ଜଣାଯାଇଛି । ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମକୁ ସମିତିର ପଦ୍ମନାଭ ମଲ୍ଲିକ ଓ ନିରଞ୍ଜନ ମହାକୁଡ ପରିଚାଳନା କରିଥିଲେ ।