ଜଳର ସୁଷମ ବଣ୍ଟନ ପାଇଁ ଚାଷୀ ମାନଙ୍କର ସହଯୋଗ ଆବଶ୍ୟକ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା ଜଳ ସେଚନ ଅନୁଭାଗ ପକ୍ଷରୁ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି. ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣିର ଅପଚୟ ଓ ଅପବ୍ୟବହାର ନକରି ପାଣି ପଞ୍ଚାୟତ ମାଧ୍ୟମରେ ସହଭାଗୀ ଜଳ ସେଚନ ପରିଚାଳନାରେ ଚାଷକାର୍ଯ୍ୟକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ. ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷ୍ୟା ଭାରତୀ ହାଁସଦା, ସାରସକଣା ବିଧାୟକ ଭାଦବ ହାଁସଦା, ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ପ୍ରକାଶ ଚନ୍ଦ୍ର ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଂ ରମାକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଜଳର ସୁଷମ ବଣ୍ଟନ ପାଇଁ ଚାଷୀ ମାନଙ୍କର ସହଯୋଗ କାମନା କରିଥିଲେ. ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପାଣି ପଞ୍ଚାୟତ ଉପରେ ଅନୁଷ୍ଠିତ ତର୍କ, ଚିତ୍ରାଙ୍କନ, ସାଧାରଣଜ୍ଞାନ ଆଦି ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଥିଲା. ସୂଚନା ଥାଉକି, ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ବ୍ୟାପୀ ପାଣିପଞ୍ଚାୟତର ବିଭିନ୍ନ ଦିଗ ଉପରେ ଭାବେ ଚାଷୀ ସଚେତନତା ପାଇଁ ପାଣି ପଞ୍ଚାୟତ ରଥ ବାହାରିଥିଲା. ଏହି ରଥକୁ ଜିଲ୍ଲାପାଳ ଶ୍ରୀ ସୟ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ. ଏହି କାର୍ଯ୍ୟକ୍ରମ ଅବସରରେ, ଛାତ୍ର ଛାତ୍ରୀଙ୍କ ଦ୍ୱାରା ଜଳସେଚନର ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ, ଇଂ ସୁବ୍ରତ କୁମାର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ. ନିର୍ବାହୀ ଯନ୍ତ୍ରୀ, ପ୍ରସନ୍ନ ଦାସ ଏହି କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ, ପ୍ରଧାନ ଶିକ୍ଷକ ସୋମନାଥ ସିଂହ ମଂଚ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ