ଜଳସରପୁର ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ

ହାଟଡ଼ିହି,(ଓ୍ବାଇଏନ୍ଏସ୍): ଗେଡମା ପଂଚାୟତର ଜଳସରପୁର ଗ୍ରାମରେ ଥିବା ଭାଗବତ ଟୁଙ୍ଗୀରେ ଭାଗବତ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇ ଯାଇଛି। ଟୁଙ୍ଗୀର ସ୍ଥାୟୀ ସଭାପତି ବାସୁଦେବ ନାୟକଙ୍କ ପ୍ରତେକ୍ଷ ତତ୍ୱବାଧାନରେ ଅନୁଷ୍ଠିତ ଏହି ଏକଦିବସୀୟ  ଉତ୍ସବରେ ପଣ୍ଡିତ ହରିହର ଦାସ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ରୋଜାଲିନ ନାୟକ କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ। ଗ୍ରାମବାସୀଙ୍କ ତରଫରୁ କୃଷ୍ଣଚନ୍ଦ୍ର ସାହୁ, ବଳରାମ ଧଳ, ମାନସ କୁମାର ନାୟକ, ସୂର୍ଯ୍ୟମଣୀ ନାୟକ, ବରଦା ପ୍ରସନ୍ନ ନାୟକ, ରମେଶ ସ୍ବାଇଁ, ଜୁଳମଣି ନାୟକ, ବାସନ୍ତୀ ନାୟକ, ଦୀପାଞ୍ଜଳୀ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ପବିତ୍ର ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ବହୁ ମାନସିକ ଧାରୀ ଯୋଗଦେଇଥିଲେ। ଟୁଙ୍ଗୀର ନିୟମିତ ଗାୟକ କାହ୍ନୁ ଚରଣ ଦାସ, ଚକ୍ରଧର ଜେନା ଭାଗବତ ପାଠ କରିଥିଲେ। ସନ୍ଧ୍ୟାରେ” ପ୍ରେମ ପ୍ରଧାନ ଗ୍ରନ୍ଥ ଭାଗବତ ” ଉପରେ ପ୍ରବଚନ ରଖିଥିଲେ ବିଶିଷ୍ଟ ପ୍ରବଚକ ତଥା ପାଲା ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ