ଜଳସେଚନ ବିଭାଜନ ତରଫରୁ ପାଣି ପଞ୍ଚାୟତ ନିର୍ବାଚନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ଅଧୀକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ରାଇରଙ୍ଗପୁର ଜଳସେଚନ ବିଭାଜନ ଆନୁକୂଲ୍ୟରେ ପାଣି ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଦିନ ପାଣିପଞ୍ଚାୟତ ଜୋନ ନମ୍ବର ୧୬ର ନିର୍ବାଚନ ରାଇରଙ୍ଗପୁର ଜଳସେଚନ ବିଭାଜନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି-ଦିଗମ୍ବର କୁମ୍ଭକାର, ସଂପାଦକ-ଦୁଲ୍ଲି ହେମ୍ବ୍ରମ ଏବଂକୋଷାଧ୍ୟକ୍ଷ ଭାବେ ବଳରାମ ସିଂ ନିର୍ବାଚିତ ହୋଇଛନ୍ତି । ସେହିଭଳି ଭାବେକୁଲଢିହା ଜଳସେଚନ କାର୍ଯ୍ୟାଳୟରେ ଜୋନ ନମ୍ବର ୦୫ ର ପାଣିପଞ୍ଚାୟତ ନିର୍ବାଚନରେ ସଭାପତି- କହ୍ନେଇଲାଲ ହାଁସଦାଃ ସଂପାଦକ-ସୁକୁଲାଲ ମାଝୀ ଏବଂ କୋଷାଧ୍ୟକ୍ଷ ଭାବେ ଗାନେ ଚରଣ ମାଝୀ ନିର୍ବାଚିତ ହୋଇଛନ୍ତି । ଉଭୟ ଜୋନର ସଭାପତି ଗଣମାଧ୍ୟମକୁ କହିଥିଲେ ଯେ ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବା ସହ କେନାଲ ମରାମତି, ସୁରକ୍ଷା ଏବଂ ଚାଷ ଜମିକୁ ଜଳପହଞ୍ଚିବା ଏବଂ ଚାଷୀଙ୍କୁ ଚାଷ ପ୍ରତି ଆକୃଷ୍ଟ କରାଇବା ପାଇଁ ସେମାନେ ଚେଷ୍ଟା କରିବେ ବୋଲି କହିଥିଲେ । ଜଳସେଚନ ବିଭାଗୀୟ ଅଧିକାରୀଙ୍କ ସହ ମିଶି ଚାଷୀଙ୍କ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ନିର୍ବାଚନରେ ଜିତି ଇଂରାଜୀ ନବ ବର୍ଷ ଏବଂ ଆସନ୍ତା ଗଣ ପର୍ବ ମକର ପର୍ବ ପାଇଁ ଅଂଚଳର ସମସ୍ତ ଚାଷୀ ପରିବାରଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ ।


