ଜଳସେଚନ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଉଦ୍‌ଜାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରବିନ୍ଦ୍ର ମଣ୍ଡପ ପ୍ରେଖାଳୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଜଳସେଚନ ସାଂସ୍କୃତିକ ପରିଷଦର ୧୨ତମ ବାର୍ଷିକ ଉତ୍ସବ ବୁଧବାର ଉଦ୍‌ଜାପିତ ହୋଇଯାଇଛି । ଉଦ୍‌ଘାଟନ ଉତ୍ସବର ପ୍ରଥମ ଦିବସରେ ମୁଖ୍ୟ ଅତିଥିଭାବେ ଜଳସମ୍ପଦ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗ ଦେଇ ଜଳସଂପଦର ବିକାଶ ଓ ଗୁରୁତ୍ୱ କାର୍ଯ୍ୟକ୍ଷମ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବରେ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି, ଚନ୍ଦ୍ରଶେଖର ପାଢୀ, ଲିଙ୍ଗରାଜ ଗୌଡ଼, ମୁଖ୍ୟ ଯନ୍ତ୍ରୀ ସାଗର ମହାନ୍ତି ଏବଂ କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ସ୍ମରଣୀକା “ଜଲ୍‌ସା” ୨୦୨୩ ଉନ୍ମୋଚିତ ହୋଇଥିଲା । ସୁନାକର ପାତ୍ର ମେମୋରିଆଲ ସମ୍ମାନ ବିଭୁତୀ ଭୂଷଣ ତରାଣିଆ, ଏବଂ ସନ୍ତୋଷ କୁମାର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପରିଷଦର କଳାକାରମାନଙ୍କ ଦ୍ୱାରା ନାଟକ “କିଛି ଲୁହ ପିଇଯାଏ ଓଠ” ମଞ୍ଚସ୍ଥ ହୋଇଥିଲା । ଆଜି ଉଦ୍‌ଜାପନୀ ଉତ୍ସବରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭାଗର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଆଲୋକପାତ କରିବା ସହ ପରିଷଦ କଳାକାରମାନଙ୍କଦ୍ୱାରା ଅଭିନୟକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନୀତ ଅତିଥିଭାବେ ମାନବ ସମ୍ବଳବିକାଶ, ତାଲିମ ଓ ସାମର୍ଥ୍ୟ ଉନ୍ନୟନର ମୁଖ୍ୟ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ । ପରିଷଦର ସଭାପତି ପ୍ରଭାତ ନନ୍ଦ, ସଭାପିତ୍ୱ କରିଥିବାବେଳେ, ସମ୍ପାଦକ ଅଭିତାଭ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ନାଟକର ଅଭିନେତା ରୁଦ୍ର ଭୂମିକାରେ ଅମିତାଭ ମହାନ୍ତି, ସନ୍ତୋଷ କୁମାର ପ୍ରଧାନ, ମଦନମୋହନ ଦାସ, ରବିନ୍ଦ୍ର କୁମାର ରାଉତ, ମହେଶ୍ୱର ଘଡ଼ାଇ, ନନ୍ଦଲାଲ ପଠାଲ,ଐଶ୍ୱର୍ଯ୍ୟା, ପ୍ରିୟଙ୍କା ଓ ଶିବାନୀଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ