ଜଳିଗଲା ଆଇରନ୍ ବୋଝେଇ ଡମ୍ପର

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଗୁରୁବେଡା ଛକ ଠାରେ ଶନିବାର ରାତିରେ ଏକ ଆଇରନ୍ ବୋଝେଇ ଡମ୍ପର କୌଣସି କାରଣରୁ ସଂପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ସୂଚନାନୁଯାୟୀ ଜଣାପଡିଛି ଯେ, ଶନିବାର ରାତି ୧୧ ଟା ସମୟରେ ଡମ୍ପର ନଂ ଓଆର ୧୪ କ୍ୟୁ ୫୦୨୨ ଟି ଏକ ଖଣିରୁ ଖଣିଜ ବୋଝେଇ କରି ଯୋଡା ଅଭିମୁଖେ ଆସୁଥିବା ବେଳେ ଗୁରୁବେଡା ଛକ ନିକଟରେ ହଠାତ ଡମ୍ପରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଡମ୍ପରଟି ସମ୍ପୂର୍ଣ୍ଣ ଜଳିପୋଡି ଯାଇଥିଲା । ଡମ୍ପରର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତି ଯାଇଥିବା ଜଣାପଡିଛି । ଯୋଡା ପୋଲିସ ଘଟଣାସ୍ଥଳରେ ପହନଚି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ