ଜଳିଗଲା ଚାରି ବଖରା ଘର
ଡେଲାଙ୍ଗ (ଜୁଗାବ୍ଦ ନ୍ୟୁଜ୍): ଡେଲାଙ୍ଗ ଥାନା ଅନ୍ତର୍ଗତ ଭଁସରପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ୪ ବଖରାପୋଡି ପାଉଁଶ ହୋଇଯାଇଛି । ସେମାନେ ହେଲେ ଗନ୍ଦବରାଜ ବେହେରା, ରମେଶ ଚନ୍ଦ୍ର ସାହୁ । ଖବର ପାଇ ପିପିଲିରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଆରଆଇ ଦୀପ୍ତି ମହାପାତ୍ର ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରାଥମିକ କ୍ଷୟକ୍ଷତି ଆକଳନ କରିଛନ୍ତି ।


