ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ଧାମନଗର ଛକ ଓଭରବ୍ରିଜ ଉପରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡି୦୪ଏମ୪୧୭୯ଟ୍ରକଟି ଚଣ୍ଡିଖୋଲ ପଟୁ ସିମେଣ୍ଟ ବୋଝେଇ କରିି ଭଦ୍ରକ ଅଭିମୁଖେ ଆସୁଥିଲା । ଧାମନଗର ଛକ ଠାରେ ଗାଡିର ଯାନ୍ତ୍ରିକ ତୃଟି ଦେଖାଦେବାରୁ ଚାଳକ ଏହାକୁ ମରାମତି କରୁଥିବାବେଳେ ବ୍ୟାଟେରୀ ସର୍ଟସର୍କିଟିଂ ଯୋଗୁ ଗାଡିରେ ନିଆଁ ଲାଗିଥିବା କୁହାଯାଉଛି । ଅଗ୍ନିକାଣ୍ଡ ଯୋଗୁ ଟ୍ରକଟିର ସାମ୍ନା ପାଟ କ୍ୟାବିନ ଅଂଶ ପୋଡିଯାଇଥିବାବେଳେ ଭଣ୍ଡାରିପୋଖରୀ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିପାଇଁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡିଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।


