ଜଳୁଛି ଜଙ୍ଗଲ ଲଡ଼ୁଛି ବିଭାଗ
ସମ୍ବଲପୁର, (ଲିପନ ନାଏକ):ଗୋଟିଏ ପଟେ ଜଙ୍ଗଲ ଜଳୁଛି ଅନ୍ୟ ପଟେ ବିଭାଗ ଲଡ଼ୁଛି। ଆରୋପ ପ୍ରତ୍ୟାରୋପ କରୁଛି ଉଭୟ ବିଭାଗ। ବର୍ତମାନ ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି ବନ ବିଭାଗ ନିଆଁ କୁଆୟତ କରିବାକୁ ନକେ ଦମ ମଧ୍ୟ ହେଉଛି। ନିଆଁ ଲଗାଉଥିବା ସମୟରେ ଯଦି କାହାରିକୁ ଦେଖୁଛି ହେଲେ ସଙ୍ଗେ ସଙ୍ଗେ ଆକ୍ସନ ମଧ୍ୟ ନେଇ ହାଜତ ରେ ମଧ୍ୟ ପୁରାଉଛି ହେଲେ ଜଙ୍ଗଲ ଜଳାଉଛି କିଏ ବୋଲି ଏଠାରେ ପ୍ରଶ୍ନ ଉଠୁଛି। ଗୋଟିଏ ପଟେ ଜମନକିରା ରେଞ୍ଜର ଲଷ୍ମୀ ନାରାୟଣ ସାହୁଙ୍କ କହିବା ଅନୁଯାଇ କେନ୍ଦୁପତ୍ର ବିଭାଗର ଅବହେଳା ଯୋଗୁଁ ଜଙ୍ଗଲ ଜାଳିବାର ମୁଖ୍ୟ କାରଣ ଏପରିକି କିଛି ଦିନ ପୂର୍ବରୁ କେନ୍ଦୁପତ୍ର ବିଭାଗର ଜଣେ କର୍ମଚାରିକୁ ନିଆଁ ଲଗାଉଥିବା ଦେଖି ହାଜତରେ ମଧ୍ୟ ପୁରାଇଛୁ। କେନ୍ଦୁପତ୍ର ଅଧିକାରୀଙ୍କୁ ଠିକ ଭାବେ ସଚେତନ କରାଯାଇ ନାହିଁ ଯାହା ଫଳରେ ସେମାନେ ବିଭିନ୍ନ ସ୍ଥାନରେ କେନ୍ଦୁପତ୍ର ପାଇଁ ନିଆଁ ଲଗେଇଦେଉଛନ୍ତି।ସେହିପରି ଏହାକୁ ଖଣ୍ଡନ କରି ଭୋଜପୁର କେନ୍ଦୁପତ୍ର ରେଞ୍ଜର ଦେବା ନାଏକ କହିଛନ୍ତି ଆମେ ସମସ୍ତ ମିଟିଙ୍ଗ ରେ ସମସ୍ତଙ୍କୁ ସଚେତନ କରୁଛୁ ବନ ବିଭାଗ ନିଜ ଦୋଷ ଦୁର୍ବଳତା ଲୁକାଇବା ପାଇଁ ଆମ ବିଭାଗକୁ ବଦନାମ କରୁଛି ଓ ଆମ କର୍ମଚାରିଙ୍କୁ ଧରିବା ଏକ ଷଡଯନ୍ତ୍ର ଆମେ ଆମ ଉଚ୍ଚ ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କ ରେ ଜଣାଇଛୁ ଜଙ୍ଗଲରେ ନିଆଁ ଲାଗିବା ବନ ବିଭାଗର ଦୁର୍ବଳତା ନିଜ ପୂର୍ବରୁ ଯୋଜନା ନ କରି ନିଜ ଦୋଷକୁ ଅନ୍ୟର ମୁଣ୍ଡକୁ ଠେଲି ଦେଉଛି ବୋଲି କହିଥିଲେ। ଉଭୟ ବିଭାଗ ପକ୍ଷରୁ ଦୋଷ ପ୍ରତ୍ୟାରୋପ କରାଯାଉଥିବା ବେଳେ ଜଙ୍ଗଲ ଜଳୁଥିବା ଏକ ନିରାଟ ସତ୍ୟ। ହେଲେ ଯେଉଁ କାରଣ ରୁ ଜଙ୍ଗଲ ଜଳୁ ଏହାର ପରିଣାମ ସାଧାରଣ ଲୋକଙ୍କୁ ହିଁ ଭୋଗିବାକୁ ପଡୁଛି। ହଠାତ ଜଙ୍ଗଲ ଜାଳିବାରୁ ଜମନକିରା ଅଞ୍ଚଳରେ ଖରାର ପ୍ରକୋପ ଅହେତୁକ ବୃଦ୍ଧି ପାଇଛି। ଏଣୁକରି ସାଧାରଣ ଜନତା ନିଜେ ସଚେତନ ହେଲେ ଜଙ୍ଗଲ ରକ୍ଷା ହୋଇପାରିବ ବୋଲି ଜଙ୍ଗଲ ପ୍ରେମିଙ୍କ ମଧ୍ୟରେ ଆଲୋଚନା ହେଉଛି।