ଜଳୁଛି ଲୁବୁରସିଁ ବିଟ ଜଙ୍ଗଲ ବନ ବିଭାଗ ନୀରବ

ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରତେକ୍ ବର୍ଷ ଗିଷ୍ମ ମାସ ରେ କୋଟି କୋଟି ଟଙ୍କା ମଞ୍ଜୁର ହେଉଛି ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଓ ନିଆଁ ଦାଉ ରୁ ଜଙ୍ଗଲ କୁ ରକ୍ଷା କରିବା ପାଇଁ ହେଲେ ତାହା ସମୁଦ୍ର କୁ ଶଙ୍ଖେ ପାଣି ଭଳି ସଦୃଶ୍ୟ କିଛି ଜାଗା ରେ ଗ୍ରାମ ଗୁଡ଼ିକ ରେ ବୈଠକ କରି ସଚେତନତା ହେଉଛି ତ୍ କେଉଁଠି ମୂଳ ରୁ କିଛି କରାଯାଉନି ଯାହା ଦ୍ୱାରା ଆଦିବାସି ଅଧ୍ୟୁସିତ ଗାଁ ଗୁଡିକ ରେ ପଡୁ ଚାଷ ପାଇଁ ପୁରା ଜଙ୍ଗଲ ରେ ନିଆଁ ଲଗାଇ ସଫା କରା ଯାଇଛି ହେଲେ ଦୀନ ଦୁଇ ପହରେ ଜାତୀୟ ରାଜପଥ 326 ଅର୍ଥାତ୍ ଛେଳିଗଡ ଠାରୁ ଉଦୟଗିରୀ ଯିବା ମୁଖ୍ୟ ରାସ୍ତା କଡ଼ରେ ଥିବା ଚମ୍ପା ଘାଟି ଯାହାକୁ ଆର୍ ଉଦୟଗିରୀ ବନଅଞ୍ଚଳ ରେ ଥିବା ଲୁବୁରସିଁ ବିଟ ରେ ଯାଉଥିବା ଜଙ୍ଗଲ ରେ ଦୀନ ବେଳା ଦୁଇ ପାଶ୍ୱରେ ଥିବା ଘଞ୍ଚ ଜଙ୍ଗଲ ରେ ଲାଗିଛି ନିଆଁ ଆଉ ଧୂଆଁ ଉଡୁଛି ହେଲେ ଦାତ୍ଵ ରେ ଥିବା ଫରେଷ୍ଟର ଉପସ୍ଥିତ ନଥିଲେ ନିଆଁ ଲାଗିଥିବା ଜଙ୍ଗଲ କୁ ସୁରକ୍ଷିତ ନଥିବା ରୁ ଅନେକ ଯିବ ଜନ୍ତୁ ମୁଖ୍ୟ ରାସ୍ତା କୁ ଆସିଛନ୍ତି ଆଉ ବିଭିନ୍ନ ସମୟ ରେ ଶିକାରୀ ର ହାତରେ ଶିକାର ହେଉଛନ୍ତି ନିଆଁ ଲାଗିଥିବା ନେଇ ଗଣମାଧ୍ୟମ ପ୍ରତିନିଧି ନିଜେ ଜାଇ ଆର ଉଦୟଗିରୀ ବନଅଞ୍ଚଳ କାର୍ଯ୍ୟଳୟ କୁ ଜାଇ ସୂଚନା ଦେଇଥିଲେ ମଧୟ କେହି ଘଟଣା ସ୍ଥଳେ ପହଞ୍ଚି ନଥିଲେ କି ନିଆଁ କୁ ଲିଭାଇ ନଥିଲେ ଏହି ବିଷୟ ରେ ବନଅଞ୍ଚଳ ଅଧିକାରୀ ଙ୍କୁ ପଚାରିବାରୁ ସେ କହିଥିଲେ ସବୁ ଜଙ୍ଗଲ ରେ ନିଆଁ ଲାଗୁଛି ଆମେ କେତେ ଲିଭେଇବୁ ଲୋକେ ସଚେତନ ହେଉନାହାଁନ୍ତି ଆମେ କଣ କରିବୁ ପ୍ରକାଶ ଥାଉକି ରାଜ୍ୟ ସରକାର ଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ଆସୁଥିବା ଟଙ୍କା ସଚେତନତା ରେ ଲାଗୁନି ଗାଁ ଗୋହଳି ରେ ନାଟକ ମାଧ୍ୟମ ରେ ସଚେତନତା କରିବାକୁ ଅଞ୍ଚଳ ରେ ଦାବୀ ହୋଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ