ଜଳୁନୀ ଷ୍ଟ୍ରିଟ ଲାଇଟ୍

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଏଵେ ଲାଗିଥିବା ଷ୍ଟ୍ରିଟ ଲାଇଟ ଅନେକ ଦିନ ହେବ ଜଳୁନାହିଁ।ଫଳରେ ପଥଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ପ୍ରାପ୍ତ ସୂଚନା ମୁତାବକ ରାଜପଥ ସମ୍ପ୍ରସାରଣ ପରେ ଭଣ୍ଡାରିପୋଖରୀ ଵ୍ଲକ ଛକ,ତହସିଲ ଛକ,ଵସ ଷ୍ଟାଣ୍ଡ ଓ ଛତାବର ଠାରେ ଆଲୋକୀ କରଣ ପାଇଁ ଲାଇଟ ଲାଗିଥିଲା।ରାଜପଥ ପ୍ରାଧିକରଣ ସଂସ୍ଥା ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଉକ୍ତ ସେବା ଯୋଗାଇ ଥିବା ଵେଳେ ଜନ ସାଧାରଣ ମାନେ ଏଵେ ସେଥିରୁ ଵଚିଂତ ହୋଇଛନ୍ତି।ନିମ୍ନ ମାନର ଲାଇଟ ହେଉ କିମ୍ବା ଵିଦ୍ୟୁତ ଜନିତ କାରଣରୁ ଲାଇଟ ଗୁଡିକ ଏବେ ଜଳୁ ନାହିଁ।ରାଜପଥ ସହିତ ଏସବୁ ରକ୍ଷଣାବେକ୍ଷଣ ପାଇଁ ଛତାଵର ଠାରେ ଵିଭାଗ ପକ୍ଷରୁ ଅସ୍ଥାୟୀ କାର୍ଯ୍ୟାଳୟ ଥିଲେ ସୁଦ୍ଧା ଅଧିକାରୀ ମାନେ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି।ଲୋକଙ୍କ ହିତ ଦୃଷ୍ଟିରୁ ଲାଇଟ ଗୁଡିକୁ ଶୀଘ୍ର ମରାମତି ପାଇଁ ଦାବି ହେଉଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ