ଜଳ ଘେରରେ ରହିଥିବା କେନାଲ ଚାଷ ଜମିକୁ ବୁଲି ଦେଖିଲେ ଜଳ ସେଚନ ବିଭାଗ ଚିଫ୍ ଇଂଜିନିୟର

ଛତ୍ରପୁର,(ଦେବଦତ୍ତ ମହାରଣା): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବରଙ୍ଗ ଆଖପାଖ ଗାଁର ଶହ ଶହ ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଥିବା ବେଳେ ରବିବାର ଜଳ ସେଚନ ବିଭାଗର ଚିଫ୍ ଇଂଜିନିୟର ଲଡୁ କିଶୋର ସାବତ,ସୁପରିଟେଣ୍ଡେଣ୍ଟ ଇଂଜିନିୟର ଏବଂ ପୋଟ୍ଟଲାମପୁର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ରାଉତରାୟ ପ୍ରମୂଖ ଏକ ଟିମ୍ ବର୍ଷା ପାଣି ଘେରରେ ରହିଥିବା ଚାଷ ଜମି ଗୁଡିକ ପରିଦର୍ଶନ କରି ଅନୁଧ୍ୟାନ କରିଛି ଏହି ଟିମ | ଜୟମଙ୍ଗଳ କେନାଲ ଓ ଏହାକୁ ସଂଲଗ୍ନ ହୋଇଥିବା ବିଭିନ୍ନ ଗ୍ରାମ ଗୁଡିକୁ ଏହି ଟିମ୍ ପରିଦର୍ଶନ କରି ବର୍ତମାନ ବର୍ଷା ପାଣି ରହିଥିବା ଚାଷ ଜମିରୁ କିପରି ନିଷ୍କାସନ ହେବ ଏହାର ସୁବ୍ୟବସ୍ଥା କରିବା ନିମନ୍ତେ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଚାଷୀଙ୍କ ହିତ ନିମନ୍ତେ ଜୟମଙ୍ଗଳ କେନାଲର ସୁବ୍ୟବସ୍ଥା ପାଇଁ ଜଳସେଚନ ବିଭାଗର ଚିଫ୍ ଇଂଜିନିୟର ଶ୍ରୀ ସାବତଙ୍କ ନେତୃତ୍ୱରେ ଏକ ମାଷ୍ଟରପ୍ଲାନ କରାଯାଇ ବିଭାଗୀୟ କାର୍ଯ୍ୟାଳୟକୁ ପଠାଯାଇଛି । ଜୟ ମଙ୍ଗଳ କେନାଲକୁ ଚାରିଆଡେ ବର୍ଷା ପାଣି  ଅଧିକ ଆସିଥିବାରୁ ଏହାକୁ ସଂଲଗ୍ନ ରହିଥିବା ଚାଷ ଜମି ବର୍ଷା ଜଳରେ ଜଳ ମଗ୍ନ ହୋଇଥିବା ଦେଖିବାକୁ ମିଳିଥିଲା | ଯାହାଫଳରେ ଚାଷୀ ସେମାନଙ୍କ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ଚାଷୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ