ଜଳ ଜାଗରଣ ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହିଳା ମହା ବିଦ୍ୟାଳୟ ପରିସରରେ ଜଳ ଜାଗରଣ ଅଭିଯାନ ସମ୍ପର୍କେ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ଓ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାବେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକ।ରୀ ବିଜୟ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ଉତ୍କଳ ହିତୈଷିଣୀ ସମାଜର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ କେ. ସୁଦର୍ଶନ, ମହିଳା ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦାସ, ବିନୋଦିନି ବିଜ୍ଞାନ ଉଚ୍ଚମାଧ୍ୟମିକ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମଞ୍ଚାସୀନ ଅତିଥିମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଯୁବତୀ ମାନଙ୍କୁ ଜଳକୁ କିପରି ସଂରକ୍ଷଣ କରିବା ଏବଂ ଜଳର ସଦୁପଯୋଗକୁ କିପରି କରିବେ ଆଦି ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ଓ ସ୍ଥାନୀୟ ଯୁବକ ସଂଘର ସଦସ୍ୟମାନେ ଉପସ୍ଥିତଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଏ.ମହେଶ୍ୱର ରାଓ, ବି.ଭବାନୀ ପ୍ରସାଦ, ପ୍ରଶିକ୍ଷିକା ମୋହିନୀ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ