ଜଳ ପାଇଁ ସରପଂଚକୁ ଘେରିଲେ ଗ୍ରାମବାସୀ

ଯୋଡା,(ସମୀର କୁମାର ଦାସ): ଯୋଡା ବ୍ଲକ ଜଲହରି ଗ୍ରାମପଂଚାୟତର ୫ ନଂ ୱାର୍ଡ ନ୍ୟୁ କଲୋନୀରେ ପାଇପ୍‌ଲାଇନ୍ ଜଳ ଯୋଗାଣରେ ସମସ୍ୟା ନେଇ ମଙ୍ଗଳବାର ମହିଳା ଓ ପୁରୁଷ ପଂଚାୟତ କାର୍ଯ୍ୟାଳୟକୁ ଯାଇ ସରପଂଚଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବହୁ ବିଳମ୍ବରେ ସ୍ଥାନୀୟ ସରପନ୍‌ଚ ମିତା ମୁଣ୍ଡା ପଂଚାୟତ କାର୍ଯ୍ୟାଳୟକୁ ଆସିବାରୁ ଅସନ୍ତୁଷ୍ଟ ମହିଳା ପୁରୁଷ ମାନେ ହୋ-ହାଲ୍ଲା କରି ତାଙ୍କୁ ଘେରି ଯାଇଥିଲେ ।ସରପଂଚ ଉକ୍ତ ଅଂଚଳକୁ ପାଣି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ଏବଂ ୩ ରୁ ୪ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରକାଶଯୋଗ୍ୟ ଯେ, ଉକ୍ତ ୱାର୍ଡରେ ୧୫୦ ରୁ ଉର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ପନ୍‌ଚାୟତର ପାନୀୟ ଜଳ ପ୍ରକଳ୍ପ ପକ୍ଷରୁ ପାଇପ୍‌ଲାଇନ୍ ଜରିଆରେ ପାନୀୟ ଜଳ ଯୋଗାଣ ହେଉଥିଲା । ମାତ୍ର ଦୀର୍ଘଦିନ ହେବ ଉକ୍ତ ଅଂଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି । ଏ ସମ୍ପର୍କରେ ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଗତ ତା-୦୮.୦୨.୨୦୨୧ ରିଖରେ ପନ୍‌ଚାୟତ କାର୍ଯ୍ୟାଳୟକୁ ନିଜର ଅଭିଯୋଗ ଶୁଣାଇବାକୁ ଯାଇଥିଲେ ହେଁ, ସେଠାରେ କେହି ଉପସ୍ଥିତ ନଥିବାରୁ ସେମାନେ ଫେରି ଯାଇଥିଲେ । ପରବର୍ତୀ ସମୟରେ ଭିଏଲ୍‌ଡବ୍ଲ୍ୟୁ ଗଙ୍ଗାଧର ପାତ୍ରଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ ହେଁ, କୌଣସି ସୁଫଳ ମିଳିନଥିଲା । ଏହାର ପ୍ରତିବାଦରେ ମଙ୍ଗଳବାର ଶତାଧିକ ମହିଳା ପୁରୁଷ ପନ୍‌ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ଏ ସମ୍ପର୍କରେ ଜଲହରି ଗ୍ରାମପନ୍‌ଚାୟତର ସରପନ୍‌ଚ ମିତା ମୁଣ୍ଡାଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିବାପାଇଁ ସେ ବ୍ୟବସ୍ଥା କରିବେ । ବର୍ତମାନ ଦିନେ ଛାଡି ଦିନେ ପାଇପ୍‌ଲାଇନ୍ ରେ ପାନୀୟ ଜଳ ଯୋଗାଇ ଦିଆଯିବ । ଖୁବ୍‌ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ