ଜଳ ବଞ୍ଚାଅ, ଜୀବନ ବଞ୍ଚାଅ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିିତା ଭାଗ ନେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଜଳ ବଞ୍ଚାଅ, ଜୀବନ ବଞ୍ଚାଅ ଭଳି ଏକ ମହତ୍ ଲକ୍ଷ୍ୟ ନେଇ ‘ନିଖିଳ ଓଡ଼ିଶା ଠିକାଦାର କଲ୍ୟାଣ ସଂଘ’ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ଓଏଏସ୍ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୩ୟ ଶ୍ରେଣୀରୁ ୬ଷ୍ଠ ଶ୍ରେଣୀ, ଏବଂ ୭ମ ଶ୍ରେଣୀରୁ ୧୦ମ ଶ୍ରେଣୀର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାକୁ ଅନୁଷ୍ଠାନର ସଭାପତି ଜଗଦୀଶ ପାତ୍ର ଉପସଭାପତି ଚିନ୍ମୟ କୁମାର ସ୍ୱାଇଁ ଜଳ ବଞ୍ଚାଅ, ଜୀବନ ବଞ୍ଚାଅ ଶୀର୍ଷକ ଚିତ୍ର ଅଙ୍କନ କରି ଚିତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ପ୍ରତିଯୋଗିତାର ବିଚାରକ ଭାବେ ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ପରମେଶ୍ୱର ମେହେର ଏବଂ ଅନସୂୟା ସାହୁ ଯୋଗଦେଇ ପ୍ରତିଯୋଗିତାର କୃତୀ ପ୍ରତିଯୋଗିମାନଙ୍କୁ ଚୟନ କରିଥିଲେ । ଜୁନିଅର ବିଭାଗରୁ ବିଜେବି ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ରୀ ଐଶ୍ୱର୍ଯ୍ୟା ମହାନ୍ତି ପ୍ରଥମ, ନିମାପଡ଼ା ଡିଏଭି ବିଦ୍ୟାଳୟର ତୃତୀୟ ଶ୍ରେଣୀ ଛାତ୍ର ରିତିକରାଜ ବାରିକ ଦ୍ୱିତୀୟ, ବିଜେବି ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୧ର ତୃତୀୟ ଶ୍ରେଣୀର ଛାତ୍ର ଅମ୍ରିକ କୁମାର ମହାନ୍ତି ତୃତୀୟ ସ୍ଥାନ ଏବଂ ସିନିୟର ବିଭାଗରୁ ବିଜେବି ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୧ର ୮ମ ଶ୍ରେଣୀର ଛାତ୍ରୀ ତନୁଶ୍ରୀ ସାହୁ ପ୍ରଥମ, ଜେବିଆର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ପରିଡ଼ା ଦ୍ୱିତୀୟ ଏବଂ ବିଜେବି ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୧ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଫିଫା ଜାନସେନ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ଶିଶୁ ଚିତ୍ରଶିଳ୍ପୀମାନଙ୍କର ଚିତ୍ରକଳାକୁ ୧ମ, ୨ୟ ଏବଂ ୩ୟ ପୁରସ୍କାର ପାଇଁ ଚୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ତଥା କଳା ଶିକ୍ଷକ ରବୀନ୍ଦ୍ର କୁମାର ମହାରଣା, କିଶୋର କୁମାର ସ୍ୱାଇଁ, ହିଂମାଶୁ ମହନ୍ତ ଏବଂ ବାପିନା କୁମାର ଶାନ୍ତି ଯୋଗଦାନ ପୂର୍ବକ ପରିଚାଳନା କରିଥିଲେ । ପ୍ରକାଶଥାଉକି ଏହି ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ଆୟୋଜିତ ‘ଓଡ଼ିଶା ଇନ୍‌ଫ୍ରାଷ୍ଟ୍ରକ୍‌ଚର କନ୍‌କ୍ଲେଭ-୨୦୨୨’ ଅବସରରେ ଆସନ୍ତା ଅକ୍ଟୋବର ୭ ତାରିଖରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ