ଜଳ ବନ୍ଦୀ ଘେରରେ ଘାଟବାସୁଲି ଗାଁ

ନବରଙ୍ଗର-(ଯୁଗାବ୍ଦ ନ୍ୟୁଜ୍)ନବରଙ୍ଗର ଜିଲ୍ଲାରେ ଲଗାଣ ବର୍ଷା ଥମିଯାଇଛି ସତ, କିନ୍ତୁ ଗତ ଦୁଇଦିନ ଧରି ହୋଇଥିବା ବର୍ଷା ରେ ବୋହାଲ ନଦୀ କୁଳିଆ ଗ୍ରାମ ଗୁଡିକ କୋଷାଗୁମୁଡା ବ୍ଲକ ଘାଟବାସୁଲି ଗାଁ ର ଦୁଇଟି ୱାର୍ଡର ୨ହଜାର ଲୋକ ଏବେ ପାଣି ଘେର ମଧ୍ୟରେ ରହିଛନ୍ତି । ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ରହିଥିବାରୁ ୨ଦିନର ଲଗାଣ ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ କୋରାପୁଟ ରୁ ଆସିଥିବା ଓଡ୍ରାଫ୍ଟ ଦଳଙ୍କ ସହାୟତାରେ ପ୍ରଶାସନ ଘାଟବାସୁଲି ଗ୍ରାମବାସୀଙ୍କୁ ରିଲିଫ ବାଣ୍ଟୁଛନ୍ତି । ବର୍ତମାନସୁଧା ଧନ ଜୀବନ ନଷ୍ଟ ହୋଇନଥିବା ଜଣାପଡିଛି । ସେଭଳି ବିଞ୍ଜିଲି ପଂଚାୟତର ୫ଟି ଗାଁ ମଧ୍ୟ ପାଣି ଘେରରେ ରହିଛି । ଏହି ପଂଚାୟତର ଘାଟଚୁରା ,କାଟାଗୁଡା ,ନୂଆଗୁଡ଼ା, ଆଳୁପଦର ,ଲାଞ୍ଜିଆଗୁଡା ଗାଁ ଗୁଡିକ ମଧ୍ୟ ପାଣି ଘେରରେ ରହିଛି । ଗାଁ ଗୁଡିକ ଚାରିପଟେ ପାଣି ଘେରି ରହିଛି । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ଓଡ୍ରାଫ ଟିମ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । କୌଣସି ଗାଁରୁ ଲୋକଙ୍କୁ ଏଯାଏଁ ଉଦ୍ଧାର କରାଯାଇ ନାହିଁ । ଯଦି ଅଧିକ ବର୍ଷା ହୁଏ ତାହେଲେ ପରିସ୍ଥିତିକୁ ଦେଖି ଉଦ୍ଧାର କାର‌୍ୟ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର । ସବୁ ପ୍ରଭାବିତ ଅଞ୍ଚଳ ରୁ ପାଣି କମି ଯାଇଥିବା ବେଳେ କେବଳ ଘାଟବାସୁଲି ଗ୍ରାମ ପାଣି ଘେରରେ ରହିଛି । ଗ୍ରାମର କିଛି ଲୋକେ ପାଣି କମିଥିବାରୁ ଘରକୁ ଫେରିଛନ୍ତି ଏବଂ ୨୫୦ ଜଣ ଲୋକେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀରେ ରହିଛନ୍ତି। ସେମାନଙ୍କୁ ଶୁଖିଲା ଖାଦ୍ୟ ସହ ରନ୍ଧା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଉଥିବା ସ୍ଥାନୀୟ ବିଡ଼ିଓ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ