ଜଳ ବିଦ୍ୟୁତ କେନ୍ଦ୍ରର ସମୀକ୍ଷା ବୈଠକରେ ଦେଲେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,(ଡ଼ଃ ଶିବ ନାରାୟଣ ପାତ୍ର):ବାଲିମେଳା ଏନଏସି ଗସ୍ତରେ ଆଜି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଆସିଥିଲେ। ସହରର ଗୋପବନ୍ଧୁ ଛକ ନିକଟରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଙ୍କ ସମେତ ବିଜେପି ଦଳୀୟ କର୍ମକର୍ତ୍ତା ପହଞ୍ଚି ଫୁଲତୋଳା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଦଳୀୟ କର୍ମକର୍ତ୍ତା ବିଶାଳ ପଦଯାତ୍ରା ମାଧ୍ୟମରେ ଆଦିବାସୀ ବାଦ୍ୟ ର ତାଳେ ତାଳେ ମନ୍ତ୍ରୀ ଙ୍କୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ କୁ ପାଛୋଟି ନେଇଥିଲେ। ସେଠାରେ ନୂତନ ଛାତ୍ରାବାସ ର ଉଦଘାଟନ କରିଥିଲେ। ପରେ ବିଦ୍ୟାଳୟ ପକ୍ଷରୁ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ସଭା ରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଦେଓ କୁନି କୁନି ପିଲାଙ୍କୁ କିଛି ପ୍ରଶ୍ନ ପଚାରିବା ସହ ବିଦ୍ୟାଳୟର ୪ ଛାତ୍ରୀଙ୍କ ଓଡିଶୀ ନୃତ୍ୟ ରେ ମୁଗ୍ଧ ହୋଇ ରାଜସ୍ଥାନ ସ୍ଥିତ ଉଦୟପୁର କୁ ସେମାନଙ୍କୁ ପଠାଯିବ ବୋଲି କହିଛନ୍ତି। ଏଥିସହ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ଜଳ ବିଦ୍ୟୁତ କେନ୍ଦ୍ରର ଲାଭାଂଶ ସ୍ଥାନୀୟ ଅଞ୍ଚଳର ବିକାଶରେ ବିନିଯୋଗ ହେଉନଥିବାରୁ ଏହାକୁ କିପରି ସହରର ବିକାଶରେ ଲାଗିବ ସେନେଇ ଉପ ମୁଖ୍ୟମନ୍ତ୍ରୀ ଙ୍କୁ ବିଧାୟକ ଶ୍ରୀ ଖିଲ ନିବେଦନ କରିଥିଲେ। ଏହି ସଭାରେ ମଞ୍ଚାସୀନ ଭାବେ ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ସାଂସଦ ବଳଭଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ନଗର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ସ୍କୁଲ ସଭାପତି କୃପାସିନ୍ଧୁ ବିଶ୍ୱାଳ, ସ୍କୁଲ ସମ୍ପାଦକ ବିଜୟ ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହାପରେ ଉପ ମୁଖ୍ୟମନ୍ତ୍ରୀ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପରିଦର୍ଶନ ରେ ଯାଇ ସେଠାକାର ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ପରେ କନ୍ଫରେନ୍ସ ହଲ ଠାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ବୈଠକରେ ଆଗାମୀ ଦିନରେ ପିଏସପି ପ୍ରକଳ୍ପ ମାଧ୍ୟମରେ ହେବାକୁ ଥିବା ୫୦୦ ମେଗାୱାଟ ର ନୂତନ ଜଳ ବିଦ୍ୟୁତ କେନ୍ଦ୍ର ସମ୍ବନ୍ଧରେ ବ୍ଲୁ ପ୍ରିଣ୍ଟ ଏଲଇଡି ମାଧ୍ୟମରେ ପ୍ରଦର୍ଶନ ହୋଇଥିଲା। ତେବେ ନୂତନ ଜଳ ବିଦ୍ୟୁତ କେନ୍ଦ୍ର ସ୍ଥାପନ ହେବ ଦ୍ୱାରା ବାଲିମେଳା ତଥା ଏହାର ଆଖପାଖ ଅଞ୍ଚଳର ଉନ୍ନତି ହୋଇପାରିବ ବୋଲି ଏନଏସି ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ କହିଥିଲେ। ତେବେ ଉପ ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ ସମୟରେ ଓଏଚପିସି ନିର୍ଦ୍ଦେଶକ ଆଶିଷ ମହାନ୍ତି, ନିର୍ଦ୍ଦେଶକ ଅପରେସନ ଏକେ ମହାନ୍ତି, ଏସଜିଏମ୍ ଦିଲ୍ଲୀପ କୁମାର ସ୍ୱାଇଁ, ଡିଜିଏମ୍ ଭିକାରୀ ଚରଣ ମଲ୍ଲିକ ଙ୍କ ସମେତ ଜଳ ବିଦ୍ୟୁତ କେନ୍ଦ୍ର ର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ