ଜଳ ମଗ୍ନ ଅଞ୍ଚଳ ବୁଲିଦେଖିଲେ ତହସିଲଦାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) : ଲଘୁଚାପ ଜନିତଲଗାଣ ବର୍ଷା ଯୋଗୁ ବେହାଲ ସାରା ରାଜ୍ୟ । ସେଥିରୁ ବାଦ୍ ପଡିନି ସାନଖେମୁଣ୍ଡି ବ୍ଲକ ଗତ ଦୁଇଦିନ ଧରି ଲଘୁଚାପ ବର୍ଷାରେ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ର ବିଭିନ୍ନ ଅଞ୍ଚଳ ଜଳମଗ୍ନ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି । ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ବର୍ଷା ସାଙ୍ଗକୁ କୋହଲିଆ ପାଗ ବେଶ୍ ପ୍ରଭାବିତ କରିଛି । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାଘାଟ, ନାଳ-ନର୍ଦ୍ଦମା, ଚାଷ ଜମି ଜଳ ମଗ୍ନ ହୋଇ ରହିଛି । ସାନଖେମୁଣ୍ଡି ବ୍ଲକ ର ସାହାସ ପୁର ପଞ୍ଚାୟତ,ରାମ ଚନ୍ଦ୍ରପୁର ପଞ୍ଚାୟତର ଧର୍ମରାୟ ପୁର, ଭାଲ୍ୟାଝୋଲା ,ଚାଷୀ ଧାନ କାଟି ଜମୀରେ ପକାଇଥିବା ବେଳେ ବର୍ଷା ଜଳ ପ୍ରବାହ ହେବା ଫଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଜଳମଗ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । କୃଷି ବିଭାଗ ପକ୍ଷରୁ କୌଣସି ପଦାଧିକାରୀ ଦେଖା ମିଳିନଥିବା ଅଭିଯୋଗ ହୋଇଛି।ଯୁଗୁଡ଼ି ବଳଭଦ୍ର, ହାସରାଲି, ଗୁନସାଗର, ଖଳିଙ୍ଗୀ,ସାହସପୂର୍, ଆଦି ଅଞ୍ଚଳ ପ୍ରଖର ସ୍ରୋତ ରେ ଜଳ ପ୍ରବାହିତ ହେଉଥିବା ପରିଦର୍ଶନ କରିଥିଲେ ତହସିଲଦାର।ପରିଦର୍ଶନ ବେଳେ ସରପଞ୍ଚ ପ୍ରତିନିଧି କାଳୁ ରାଉଳ ,ଚାଷୀ ଗ୍ରାମବାସୀ ମାନେ ଅଭିଯୋଗ ଜଣାଇଥିବା ଜଣାପଡିଛି ।କିଛି ଜଗାରେ ରାସ୍ତା ଉପରେ ପାଣି ଯାଉଥିବା ବେଳେ କିଛି ସ୍ଥାନରେ ନାଳ ଗୁଡିକ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।ସାନଖେମୁଣ୍ଡି ଜୀଉରା କରଡ଼ା ନାଳ ଭାଙ୍ଗି ଯାଇଛି । ଯେଉଁ ଆଡ଼େ ଦେଖିଲେ ଜଳମଗ୍ନ , ଯାହା ଫଳରେ ବହୁ ସଂଖ୍ୟକ ଚାଷୀଙ୍କର ଧାନ ଫସଲ ନଷ୍ଟ ହୋଇଯାଇଛି ।ଲଗାଣ ବର୍ଷା ଯୋଗୁଁ ନାଳ,ଘାଇ ,ପୋଖୋରୀ,ଏବଂ ଘୋଡାହାଡ ନଦୀ ଜଳ ପତ୍ତନ ବୃଦ୍ଧି ପାଇଛି। ପାଣି ବୃଦ୍ଧି ହୋଇ ରାସ୍ତା ଧୋଇ ହେବା ସହ ରାସ୍ତା ଉପରେ ବର୍ଷା ପାଣି ମାଡ଼ୁଛି । ହରୀନା ଠାରେ ରୋଡ ଉପରେ ପାଣି ଯାଇଥିବା ବେଳେ ଡେଙ୍ଗାଉସ୍ତ-ପଳାସପୁର ଗାଡି ଚଳାଚଳ ସମ୍ପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ