ଜଳ ଯୋଗାଣ ମୋଟର ସଜଡା ଯାଉନାହିଁ ଶୀତଦିନରେ ପିଇବା ପାଣି ପାଇଁ ଝାମୀଗାଁର ୧୫ଶହ ଗ୍ରାମବାସୀ ଡହଳବିକଳ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀଗାଁ ଠାରେ ଜଳ ଯୋଗାଣ ପାଇଁ ରହିଥିବା ମୋଟରଟି ଦୀର୍ଘ ଦିନ ଧରି ଅଚଳ ହୋଇପଡିଛି । ବାରମ୍ବାର ଦାବି ସତ୍ୱେ ଏହାକୁ ସଜଡା ଯାଉନାହିଁ । ତେଣୁ ପାରଳା ସହର ଉପକଣ୍ଠରେ ଥିବା ଝାମିଗ୍ରାମର ୧୫ଶହ ଗ୍ରାମବାସୀ ପାଣିପାଇଁ ଡହଳ ବିକଳ ହେଉଥିବାର ସୁଚନା ମିଳିିଛି । ସୂଚନା ଯୋଗ୍ୟ ଯେ ଗ୍ରାମରେ ଥିବା ଏକ ମାତ୍ର ପାନୀୟ ଜଳ ଯୋଗାଉ ଥିବା ମୋଟରଟି କୌଣସି କାରଣରୁ ଖରାପ ହୋଇଯାଇଛି । ଏନେଇ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଧରି ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଠାରେ ଅଭିଯୋଗ କଲେ ମଧ୍ୟ ଉକ୍ତ ସମସ୍ୟାର ସୁଫଳ ମିଳୁ ନାହିଁ ବୋଲି ଜଣାଇଛନ୍ତି । ଗ୍ରାମରେ ୫ଶହରୁ ଉର୍ଦ୍ଧ ଘର ରହିଥିବାବେଳେ ପ୍ରାୟ ୧୫ଶହରୁ ଉର୍ଦ୍ଧ ଲୋକେ ବସବାସ କରୁଛନ୍ତି । ୧୫ ଦିନରୁ ଉର୍ଦ୍ଧ ସମୟ ଧରି ଜଳ ଯୋଗାଣ ହେଉନଥିବାରୁ ଲୋକେ ପାଣି ପାଇଁ ଡହଳବିକଳ ହୋଇ ଏଣେତେଣେ ବୁଲୁଛନ୍ତି । ଗ୍ରାମରେ ୧ କି.ମି. ଦୂରରେ କେବଳ ଗୋଟିଏ କୂପ ଓ ଗୋଟିଏ ପଖୋରୀ ଥିବାବେଳେ ସମଗ୍ର ଗ୍ରାମରେ ମାତ୍ର ୪ଗୋଟି ନଳକୂପ ରହିଛି । ଏହା ସହ ଗ୍ରାମ୍ୟ ପାନୀୟ ଜଳ ବିଭାଗ ପକ୍ଷରୁ ଗୋଟିଏ ପାଣିଟାଙ୍କି ରହିଛି । ଯାହା ଉପରେ ସମସ୍ତ ଗ୍ରାମବାସୀ ନିର୍ଭର କରିଥାନ୍ତି । ତେବେ ମୋଟର ଖରାପ ହୋଇଥିବା ଯୋଗୁଁ ଏହି ଓଭେରହେଡ୍ ପାଣିଟାଙ୍କି ବି କାମ କରୁନି । ଫଳରେ ଲୋକେ ପାଣି ପାଇଁ ଏଣେ ତେଣେ ଦୈଡୁଛନ୍ତି । ପିଇବା ପାଇଁ ଯେଉଁ ୪ଗୋଟି ନଳକୂପ ରହିଛି ସେଥିରୁ କଳଙ୍କଯୁକ୍ତ ପାଣି ଆସୁଥିବାରୁ ପିଇବାପାଇଁ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ତେବେ ନଳକୂପ ପାଖରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷାକରି ପିଇବା ପାଣି ସଂଗ୍ରହ କରୁଛୁ ଏବଂ ସ୍ନାନ ଶୌଚ ଆଦି ନିମନ୍ତେ ବହୁ ଦୂରକୁ ଯିବାକୁ ପଡୁଛି ବୋଲି ପି.ଲକ୍ଷ୍ମୀ, ଜି. ସାବିତ୍ରୀ,ପି. ତାବିଟିଆମ୍ମା,ଟି.ରମାବାଇ,ଏ.ସୀତାମ୍ମା,ଇ.ତ୍ରିନାଥ, ସନ୍ୟାସୀ ଆମ୍ମା ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ