ଜଳ ସମ୍ପଦ ବିଭାଗ ପକ୍ଷ ରୁ ପାଣିପଞ୍ଚାୟତ ପକ୍ଷ ପାଳିତ
ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଏହି ପକ୍ଷ ରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ୍ ପାଣିଗ୍ରାହୀ ଯୋଗ ଦେଇ ଜଳ ସୁଷମ ବଣ୍ଟନ ସହ ୭୦ ଗୋଟି ପାଣି ପଞ୍ଚାୟତ କୁ ସିଧା ସଳଖ ତାଙ୍କ ସହାୟତା ରାଶି ପ୍ରଦାନ ପାଇଁ ଆହ୍ବାନ କରିଥିଲେ। ଏହି ପ୍ରକଳ୍ପ ରୁ ମାତ୍ର ୩୨ ଗୋଟି ପାଣି ପଞ୍ଚାୟତ କୁ ଆର୍ଥିକ ଅନୁଦାନ ପ୍ରଦାନ ହୋଇଥିବା ପ୍ରକାଶ କରିଛନ୍ତି। ଅଧିକ୍ଷଣ ଯନ୍ତ୍ରୀ ସୌମ୍ୟ ରଂଜନ ଜୟପୁରିଆ ଅଧ୍ୟକ୍ଷତା କରିଥିବା ବେଳେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବତନ୍ତ୍ର ଅତିଥି ରୂପେ ଯୋଗ ଦେଇ କୃଷକ ମାନେ ଜଳ ବଣ୍ଟନ ଏବଂ ରବି ରେ ଅଳ୍ପ ଦିନ ଧାନ ଚାଷ ପାଇଁ ଆହ୍ବାନ କରି ଧାନର ବିକଳ୍ପ ଚାଷ କରିବାକୁ ଉତ୍ସାହିତ କରିଥିଲେ। ସଭାରେ ବ୍ଲକ ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ, ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି,ସାଂସଦ ପ୍ରତିନିଧି ମେଘ, ପେକ୍ସ କମିଟି ସଭାପତି ନିଲେସ ମେହେର, ସମ୍ପାଦକ ସୁଶାନ୍ତ ବିଶି, କୋଷାଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ। ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥି ପୁରସ୍କାର ଦେଇଥିଲେ।